Tuesday, August 23, 2022
Homeବାଇକ ଦୁର୍ଘଟଣା ରେ ଦୁଇ ମୃତ

ବାଇକ ଦୁର୍ଘଟଣା ରେ ଦୁଇ ମୃତ

ଧରାକୋଟ,24/8/23
ଧରାକୋଟ ନିକଟସ୍ଥ ଜାତୀୟ ରାଜପଥ 59 ର ହନୁମାନ ଦ୍ଵାର ଓ ମୁଣ୍ଡମରାଇ ମଝିରେ ଆଜି ସକାଳ ଦଶ ଘଣ୍ଟା ସମୟରେ କେ ଟି ଏମ ବାଇକ ନ odo7 aq 4145 ଦୁର୍ଘଟଣା ଗ୍ରସ୍ତ ହେବାରୁ ସେଥିରେ ଯାଉଥିବା ନିକଟସ୍ଥ ନୂଆଗଡ ଗ୍ରାମର ରୀଙ୍କୁ ନାୟକ ଓ ରାହୁଲ ନାୟକ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତ ଦେହକୁ ଦମକଳ ବାହିନୀ ସହାୟତାରେ ଧରାକୋଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ କେସ ନ 297/23 ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆଜି ନିଜ ଗାଁ ନୂଆଗଡ ରୁ ଉଭୟ ରିଙ୍କୁ ଓ ରାହୁଲ କେ ଟି ଏମ ବାଇକ ସାହାଯ୍ୟରେ ଆସିକା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଏକ ହାଇୱା ଗାଡ଼ିକୁ ଅତିକ୍ରମ କରିବା ବେଳେ ରାସ୍ତା ପାର୍ଶ୍ବରେ ଥିବା କାଦୁଅ ରେ ଗାଡ଼ି ଖସିଯିବା ଯୋଗୁଁ ବାଇକ ଟି ଦୁର୍ଘଟଣା ଗ୍ରସ୍ତ ହୋଇ ସାମନା ପଟୁ ଆସୁଥିବା କୁଲଗଡ ଗ୍ରାମର ଜିତେନ୍ଦ୍ର ଗୌଡ଼ ଙ୍କ ହିରୋ ବାଇକ od 32 e 5615 ସହ ଧକ୍କା ହୋଇଥିଲା । ଦୁର୍ଘଟଣା ର ତୀବ୍ରତା ଅଧିକ ଥିବାରୁ ରାସ୍ତାରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!