ପାରଳାଖେମୁଣ୍ଡି:୨୪/୮ ରାୟଗଡା ଗଜପତି ଜିଲ୍ଲା ସୀମାନ୍ତ ଦୁର୍ଗମ ପୁଟାସିଂ ଥାନା ଗୁନ୍ଥୁଲି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ଯୌତୁକ ଜୁଇ ରେ ନବ ବିବାହିତା ବୋଧୁହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ l ହାତରେ ଶଙ୍ଖା ମଥାରେ ସିନ୍ଦୂର ନାଇ ଏକ ସୁନେଲି ସ୍ୱପ୍ନ ଦେଖି ବାପ ଘର ଛାଡ଼ି ଶାଶୁ ଘର ଯାଇଥିଲା ଝିଅଟି । ଅଜଣା ଲୋକଙ୍କୁ ଆପଣାର କରି ବେଶ ହସଖୁସିରେ ଦିନ କାଟିବା ପାଇଁ ହେଲେ ସେ ଜାଣି ନ ଥିଲା ଶାଶୂଘରେ ଏଭଳି ଦୁର୍ଦ୍ଦଶା ରେ ରହିବାକୁ ହେବ । ସତେ ଯେମିତି ମୃତ୍ୟୁ ର ଫାସ ପକେଇ ଚାହିଁ ରହିଥିଲେ ଶାଶୂଘର ଲୋକେ !ଶାଶୂଘର ଲୋକଙ୍କ ଯୌତୁକ ଜନିତ ନିର୍ଯ୍ୟାତନା କୁ ସହ୍ୟ କରି ନ ପାରି ଜୀବନ ହାରିଛନ୍ତି ନବବିବାହିତା ବୋହୁ । ଏଭଳି ଅଭିଯୋଗ ଆସିଛି ରାୟଗଡା ଗଜପତି ଜିଲ୍ଲା ସୀମାନ୍ତ ଦୁର୍ଗମ ପୁଟାସିଂ ଥାନା ଅନ୍ତର୍ଗତ ଗୁନ୍ଥୁଲି ଗ୍ରାମରେ l ଘଟଣା ସ୍ଥଳରେ ପୁଟାସିଂ ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଈବା ଗ୍ରାମର ମାଗୁଣି ମହାନ୍ତି ଙ୍କ ଝିଅ ବର୍ଷାରାଣୀ ମହାନ୍ତି (୨୦) ଗୁନ୍ଥୁଲି ଗ୍ରାମର ରଘୁନାଥ ପାତ୍ର ଙ୍କୁ ଦୁଇ ମାସ ତଳେ ବିବାହ କରିଥିଲେ । ସେବେଠାରୁ ବର୍ଷା ଙ୍କ ଶାଶୂଘର ଲୋକେ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ଆସୁଥିବା ବର୍ଷା ଙ୍କ ବାପା ଅଭିଯୋଗ କରିଛନ୍ତି । ଝିଅ ଆତ୍ମହତ୍ୟା କରିନାହିଁ ବରଂ ହତ୍ୟାକରି ଆତ୍ମହତ୍ୟା ର ରୂପ ଦେବାକୁ ଶାଶୂଘର ଲୋକେ ଚକ୍ରାନ୍ତ କରିଥିବା ଅଭିଯୋଗ କରିଛନ୍ତି ।ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଇଛି