ଦାମନଯୋଡି,୨୩/୦୮:-ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଓଡିଶାର କୋରାପୁଟ ଜିଲ୍ଲା ବିଚାରଧାରା ଶାଖା ତରଫରୁ “ସ୍ୱାଧିନତା ସଂଗ୍ରାମରେ କୋରାପୁଟ ମାଟିର ଅବଦାନ ଏବଂ ରାଷ୍ଟ୍ରୀୟ ଚେତାବନୀ“ ବିଷୟବସ୍ତୁ ଉପରେ ଦ୍ୱାତ୍ରିଂଶତମ ଇ-ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ଯକ୍ରମରେ ପ୍ରଫେସର୍ ଅମୁଲ୍ଯ ରନ୍ଜନ ମହାପାତ୍ର ଅଧ୍ଯକ୍ଷତା କରିଥିବା ସହ ଡ ପ୍ରଦୀପ କୁମାର ପାଟ୍ଟଯୋଶୀ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରିଥିଲେ। ଅଧ୍ଯାପିକା ଶ୍ରୀମତୀ ମାନସୀ ଆଚାର୍ଯ୍ଯ ସ୍ୱାଗତ ଭାଷଣ ରଖିବା ସହ ସଂଯୋଜନା କରିଥିଲେ। ଶ୍ରୀ ଦୁର୍ଗାମାଧବ ପତି ମୁଖ୍ଯ ଆଲୋଚକା ଭାବେ ଅଂଶ ଗ୍ରହଣ କରି ଉପରୋକ୍ତ ବିଷୟ ଉପରେ ବିଭିନ୍ନ ଉପାଦେୟ ତଥ୍ଯ ଉପସ୍ଥାପନ କରିଥିଲେ।ରାଜ୍ଯ ଶାଖାରୁ ବିଭିନ୍ନ କର୍ମକର୍ତା ଏବଂ ବିଦ୍ୱାନ୍ ତଥା ଶ୍ରୋତା ମନ୍ଡଳି ଯୋଗ ଦେଇଥିଲେ। ପ୍ର ଚିତ୍ତରଂଜନ ନାୟକ, ପ୍ର ପ୍ରଳୟ ନନ୍ଦ, ପ୍ର .ଶକଂର୍ଶଣ ଶତପଥୀ , ରବୀନ୍ଦ୍ର ନାଥ ସାହୁ,ପାଠଚକ୍ରର ମାନ ବୃଦ୍ଧି କରିଥିଲେ। ପାଠଚକ୍ରରେ ଶ୍ରୀମତି ନମିତା ମହାପାତ୍ର ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସୁଶ୍ରୀ ପ୍ରୀୟଦର୍ଶିନୀ ପଟ୍ଟନାୟକ ବିବେକ ବାଣୀ ପାଠ କରିଥିଲେ। ଶେଷରେ ସୁଶ୍ରୀ ଶିବାନୀ ଆଚାର୍ଯ୍ଯ ଧନ୍ଯବାଦ ଅର୍ପଣ କରିଥିଲେ।