ବ୍ରହ୍ମପୁର ,ଗତ 18,19,20 ତିନି ଦିନ ଧରି ସୁଦୂର ମଧ୍ଯ ପ୍ରଦେଶର ଉଜ୍ଵୟୀନି ସହରରେ ଚତୁର୍ଥ ଜାତୀୟ ସ୍ତରୀୟ ବାଗାଚୁର ଚମ୍ପିୟାନ ସିଡ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତି ଯୋଗିତା ଓଡ଼ିଶା ବାଗାଚୁର ଆସୋସିସନ୍ ତରଫରୁ 9 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ରାଜ୍ୟ ଵାଗାଚୁର ସମ୍ପାଦକ ଶ୍ରୀଯୁକ୍ତ ବିପିନ ନାୟକ ରେଫରି ଦାୟିତ୍ଵ ତୁଲାଇଥିଲେ।9 ଜଣ ପ୍ରତିଯୋଗୀ ଭିତରୁ ସୁରଜ୍ ମହାରଣା ରୋପ୍ୟ,ଆୟୁଷ ମହାରଣା ରୋପ୍ୟ,ଦିପ୍ତିମୟୀ ପାତ୍ର ତାମ୍ର, ବଳରାମ ପାଣିଗ୍ରାହୀ ତାମ୍ର ,ସୋବିତ ବେହେରା ରୋପ୍ୟ, ନୀତିଶ ପରିଡ଼ା ତାମ୍ର, ବୀରେନ ପରିଡ଼ା ତାମ୍ର,ସୌମ୍ୟ ନାୟକ ତାମ୍ର,ରୋହନ ନାୟକ ତାମ୍ର, ପ୍ରମୁଖ ପଦକ ହାସଲ କରିଛନ୍ତି।ଓଡ଼ିଶା ବାଗାଚୁର ସଂଘର ମେନେଜର ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ବେହେରା ଶିଶୁ ମାନଙ୍କର ଉନ୍ନତି ରେ ଅଂଶିଦାର ଥିଲେ।ତାଙ୍କର ପ୍ରଚେଷ୍ଟା ରେ ଶିଶୁଙ୍କୁ ବହୁତ୍ ଆନନ୍ଦିତ କରିଥିଲେ।ଶିଶୁ ମାନଙ୍କ ଉନ୍ନତିରେ ସଂଘର ସଭାପତି ଶ୍ରୀ ସଙ୍କର୍ଶନ ପାତ୍ର, ଉପସଭାପତି ଶ୍ରୀ ଦିଲ୍ଲୀପ ପାଣିଗ୍ରାହୀ,ସମ୍ପାଦକ ଶ୍ରୀ ବିପିନ ନାୟକ,ଯୁଗ୍ମ ସମ୍ପାଦକ ଶ୍ରୀ ରାମହରି ମହାରଣା ଶିଶୁ ମାନଙ୍କ ଉନ୍ନତିରେ ବହୁତ ପ୍ରଶଂସା କରିଛନ୍ତି।