Tuesday, August 23, 2022
Homeଘୁମୁସର ଜିଲ୍ଲା ଗଠନ ନିମନ୍ତେ ସ୍ମାରକପତ୍ର ପ୍ରଦାନ କରିବ ମିଳିତ କ୍ରିୟାନୁଷ୍ଠାନ କମିଟି

ଘୁମୁସର ଜିଲ୍ଲା ଗଠନ ନିମନ୍ତେ ସ୍ମାରକପତ୍ର ପ୍ରଦାନ କରିବ ମିଳିତ କ୍ରିୟାନୁଷ୍ଠାନ କମିଟି



ଭଞ୍ଜନଗର , 24/08/23  ଆସନ୍ତା ୨୫ ତାରିଖରୁ ୫ଟି ସଚିବଙ୍କ ଗଞ୍ଜାମ ଗସ୍ତ ରହିଥିବା ବେଳେ ଭଞ୍ଜନଗର ଠାରେ ୨୬ ତାରିଖ ଦିନ ଅଭିଯୋଗ ଶୁଣାଣୀ ରହିଛି। ଏହି ସମୟରେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ଘୁମୁସର ଜିଲ୍ଲା ଗଠନ ଦାବି ନେଇ ଗଠିତ ହୋଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ସ୍ବତନ୍ତ୍ର ଭାବେ ସାକ୍ଷାତ କରି ସ୍ମାରକ ପତ୍ର ଦେବାକୁ ଗଣମାଧ୍ୟମ ଜରିଆରେ ନିବେଦନ କରୁଥିବା ସଭାପତି ସୋମନାଥ ନାୟକ କହିଛନ୍ତି। ୫ଟି ସଚିବଙ୍କ ଗସ୍ତ ସୂଚନା ମିଳିବା ପରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଭେଟି ଏସଂର୍ପକରେ ଆଲୋଚନା କରିବା ସହ ସିଧାସଳକ ଇମେଲ୍‌ ଜରିଆରେ ନିବେଦନ କରାଯାଇଥିଲେ ମଧ୍ୟ କୌଣସି ପ୍ରତିଉତ୍ତର ମିଳି ନଥିବାରୁ କ୍ରିୟାନୁଷ୍ଠାନ କମିଟିକୁ ଭେଟିବାକୁ ପ୍ରଶାସନ ସୁଯୋଗ ଦେଉ ବୋଲି ଆଜି ବାଉଁଶଲୁଣ୍ଡି ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। 
ଯୁବନେତା ପ୍ରଶାନ୍ତ ବିଶୋୟୀ କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀ ନିଜେ ଆସି ପାରୁ ନଥିବାରୁ ସିଏମ୍‌ଓଙ୍କୁ ପଠାଉଛନ୍ତି। ଆଉ ତାଙ୍କ ନିକଟରେ ଆମର ସାମୁହିକ ଦାବିକୁ ଉପସ୍ଥାପନା କରିବା ଏକ ପ୍ରକୃଷ୍ଟ ମାଧ୍ୟମ ରହିଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟିକୁ ୫ଟି ସଚିବଙ୍କୁ ସ୍ବତନ୍ତ୍ର ସାକ୍ଷାତ କରିବାକୁ ଅନୁମ​ତି ଦେବା ଆବଶ୍ୟକ ବୋଲି ଶ୍ରୀ ବିଶୋୟୀ କହିଛନ୍ତି। ଏଥିସହ ଜିଲ୍ଳା ଗଠନ ଆନ୍ଦୋଳନ ନେଇ କ୍ରିୟାନୁଷ୍ଠାନ କମିଟିର ଆଗାମୀ କାର୍ଯ୍ୟପନ୍ଥା ସଂର୍ପକରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥି​ଲା। ବାର୍ଡ ସମ୍ପାଦକ ପ୍ରକାଶ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଏଥିରେ,ଶିବାରାମ ପଣ୍ଡା,ସୁଶାନ୍ତ କୁମାର ପାତ୍ର,ନଳିନୀ ପ୍ରଭା ଦାସ,ଭଞ୍ଜ କିଶୋର ପ୍ରଧାନଙ୍କ ସମେତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!