ଲମତାପୁଟ/୨୩/୮/୨୦୨୩ ଲମତାପୁଟ ନିକଟ କନା ଗ୍ରାମ ଠାରେ କଫି ଚାଷ ର ଉଦଘାଟନ ଉତ୍ସବ ମହାସମାରୋହରେ ପାଳିତ ସୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ତାପସ କୁମାର ଚାଲାଣ। ବିଧାୟକ ପ୍ରତିନିଧି ଧନୁର୍ଜୟ ଦାରଲି।ମାଧବ ଦୋରା୍। ସନ୍ତୋଷ କୁମାର ମହାନ୍ତି। ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ। ଏବଂ ଚାଷୀ ଭାଇ ମାନେ ଉପସ୍ଥିତ ଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗ ରେଞ ଅଫିସର ଶ୍ରୀ ଜୟ ବଡନାୟକ ଓ ସହକର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କଫି ଏକ ଲାଭଦାୟକ ଫସଲ ପ୍ରଥମ ଚାରି ବର୍ଷ ରକ୍ଷଣାବେକ୍ଷଣ କଲେ ଆସନ୍ତା ପଚାଶ ବର୍ଷ ପର୍ଯ୍ୟନ୍ତ ଫସଲ ଯୋଗାଇ ଥାଏ। କୋରାପୁଟ ଜିଲ୍ଲାର କଫି ଆଜି ଆନ୍ତର୍ଜାତୀୟ ସ୍ତରରେ ସୂନାମ ଅର୍ଜନ କରିପାରିଛି। ଲମତାପୁଟ ବ୍ଲକ ର ପାଣି ପବନ କଫି ଚାଷ ପାଇଁ ଉଦ୍ଦିଷ୍ଟ କାରଣ ଥଣ୍ଡା ପରିବେଶ ରେ ଏହା ଶିଘ୍ର ଉତ୍ପାଦନ ଦେଇ ଥାଏ। ସରକାର ଙ୍କ ତରଫ ରୁ ଚାଷୀ ମାନଙ୍କ ପାଇଁ ତାଲିମ ଯୋଗାଇବା। ଚାରା ଯୋଗାଇ ଦିଆଯାଏ।ଚାଷ କାମ ସରିଲେ ଫସଲ ଅମଳ ବେଳେ ନିର୍ଧାରିତ ମୂଲ୍ୟରେ TDCSପକ୍ଷରୁ ମାର୍କେଟ ବ୍ୟବସ୍ଥା କରାଯାଇଛି।କନାଗ୍ରାମର ଚାଷୀ ବୁଦୁ ଗାଲେଲ ର ଦୁଇ ଏକର ଜମି ରେ ଆଜି କବି ଚାଷ କରାଯାଇ ଥିଲା।କନାଗ୍ରାମ ର ନଅ ଜଣ ହିତାଧିକାରୀଙ୍କୁ ସେମାନଙ୍କର ଜମି ରେ କବିତା କରାଯିବା ଲକ୍ଷ ରହିଛି।ଏ ସମସ୍ତ ସୂଵିଧା ପାଇଲେ ଜଣେ ଚାଷୀ ବାର୍ଷିକ ଲକ୍ଷାଧିକ ଟଙ୍କା ଲାଭବାନ ସୋଇପାରିବେ।ମାତ୍ର ପରିତାପର ବିଷୟ ଯେ ଲମତାପୁଟ ବ୍ଲକ ଅଧିକାଂଶ ଚାଷୀ ନିଜ ଜମି କୁ ପଡ଼ିଆ ପକାଇ କେରଳ। ଯେ ଯେ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟକୁ ଯାଇ ଦାଦନ ଖଟିବାକୁ ଯାଉଛନ୍ତି। କାର୍ଯ୍ୟ କ୍ମମ ଶେଷରେ ଔଡମେମ୍ବର ସନୁ ଗାଲେଲ ଧନ୍ୟବାଦ ଅର୍ପଣ କରିଥିଲେ