Tuesday, August 23, 2022
Homeଦିବ୍ୟାଙ୍ଗ ପିତାମାତା ଓ ପ୍ରଧାନ ଶିକ୍ଷକ ମାନଙ୍କ ପାଇଁ ଏକ ଦିବସୀୟ ସଚେତନତା ଶିବର ସଞ୍ଚାର -୩

ଦିବ୍ୟାଙ୍ଗ ପିତାମାତା ଓ ପ୍ରଧାନ ଶିକ୍ଷକ ମାନଙ୍କ ପାଇଁ ଏକ ଦିବସୀୟ ସଚେତନତା ଶିବର ସଞ୍ଚାର -୩

ବଡ଼ସାହି ୨୩/୮ : ଦିବ୍ୟାଙ୍ଗ ପିତାମାତା ଓ ପ୍ରଧାନ ଶିକ୍ଷକ ମାନଙ୍କ ପାଇଁ ଏକ ଦିବସୀୟ ସଚେତନତା ଶିବର - ସଞ୍ଚାର -୩, ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକ ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଗୋଷ୍ଠି ସମ୍ୱଳ ଶିକ୍ଷୟିତ୍ରୀ ବାସନ୍ତିଲତା ନାୟକ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଏବିଇଓ ବସନ୍ତ ମଂଜରୀ ପଟ୍ଟନାୟକ ଯୋଗଦାନ କରି ଦିବ୍ୟାଙ୍ଗ ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉପସ୍ଥିତ ଦିବ୍ୟାଙ୍ଗ ପିଲାମାନଙ୍କର ପିତାମାତା ଓ ପ୍ରଧାନ ଶିକ୍ଷକ ମାନଙ୍କୁ ଅନୁରୋଧ କରିଥିଲେ । ଅନ୍ୟତମ ଅତିଥି ଭାବରେ ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ଦାସ, ବଡ଼ସାହି ସିଆରସିସି ସନତ କୁମାର ଘୋଷ, ମାଣତ୍ରୀ ସିଆରସିସି ପ୍ରଦୀପ କୁମାର ପାତ୍ର, ଦେଉଳିଆ ସିଆରସିସି ଦେବବ୍ରତ ମୁଖି, ଜଡିଦା ସିଆରସିସି ଜଗନ୍ନାଥ ମିଶ୍ର ଓ କେନ୍ଦୁଡିହା ସିଆରସିସି ଚନ୍ଦ୍ରଭାନୁ ଦଳେଇ ଯୋଗଦାନ କରି ମୁଁ ବି ପଢିବି, ମୁଁ ବି ବଢିବି, ମୁଁ ବି ସକ୍ଷମ, ଆମେ ପଢିବା, ଆମେ ବଢିବା-ଦେଶ ଗଢିବା ଆଦି ଉପରେ ସାରଗର୍ଭକ ତଥ୍ୟ ପ୍ରଦାନ କରିଥିଲେ। ପରେ ପରେ ସମସ୍ତଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ଅଗଷ୍ଟ ୧୮ ତାରିଖରୁ ବଡ଼ସାହି ଠାରେ ଆରମ୍ଭ ହୋଇ ଆଜି ୨୩ ତାରିଖରେ ମାଣତ୍ରୀ ଠାରେ ଉଦଯାପିତ ହୋଇଛି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!