Tuesday, August 23, 2022
Home ମା" ଘର ରାଜ୍ୟ ଅଧକ୍ଷା ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି ମାଲକାନଗିରି ଜିଲ୍ଲା ପ୍ରଶାନ୍ତୀ ବିଷୋଇଙ୍କ ଗିରଫଦାରୀ ସଂପର୍

ମା" ଘର ରାଜ୍ୟ ଅଧକ୍ଷା ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି ମାଲକାନଗିରି ଜିଲ୍ଲା ପ୍ରଶାନ୍ତୀ ବିଷୋଇଙ୍କ ଗିରଫଦାରୀ ସଂପର୍

ମାଲକାନଗିରି।ତା 23/08
ମା "ଘର ମାଲକାନଗିରି ଜିଲ୍ଲାର ଶାନ୍ତି ସେନା ସଭାନେତ୍ରୀ ପଦରୁ ୨୦୨୨ ମସିହାରୁ ବହିଷ୍କୃତ ପ୍ରଶାନ୍ତୀ ବିଶୋଇ, ତାଙ୍କ ସହଯୋଗୀ କିଛି ସଦସ୍ୟଙ୍କ ସହ ପ୍ରଭାକର ହନ୍ତାଳ ଇତ୍ୟାଦି ଙ୍କ ବିରୁଦ୍ଧରେ ମାଲକାନଗିରି ପ୍ରଶାସନକୁ ଲିଖିତ ଅଭିଯୋଗ କରା ଯାଇ ଥିଲା ଓ ପରେ ପରେ ଏକ ପ୍ରେସ ସମ୍ମିଳନୀ ମାଧ୍ୟମରେ ବହିଷ୍କାରର କାରଣ ଓ ତଥ୍ୟ ପ୍ରଦାନ କରାଯାଇ ଥିଲା।ତାହା ମଧ୍ୟ ଖବର ଦିତାମାନେ ପ୍ରକାଶ କରିଥିଲେ । ପ୍ରଶାନ୍ତୀ ବିଷୋଇ ଓ ତାଙ୍କ କମିଟି ମା"ଘର ଫାଉଣ୍ଡେସନ ସହ କରିଥିବା ଚୁକ୍ତି ପତ୍ର କୁ ଉଲଂଘନ କରି ତା'ର ନୀତି ଆଦର୍ଶ ବିରୁଦ୍ଧରେ କାମ କରୁ ଥିବାରୁ ମା "ଘର ସଂଗଠନ ତାଙ୍କର ଓ ତାଙ୍କ କମିଟିର ସମସ୍ତଙ୍କ ପ୍ରାଥମିକ ସଭ୍ୟ ପଦ ରଦ କରିଥିଲେ।
ମୂଳ ସଂଗଠନରୁ ବହିଷ୍କୃତ ହେଲା ପରେ ପ୍ରଶାନ୍ତୀ ଓ ତାଙ୍କ ସହଯୋଗୀ ମାନେ ମା" ଘର ସୁରକ୍ଷା ସେନା 
ନାମରେ ଏକ ବେଆଇନ ଓ ନକଲି  ସଂଗଠନ କରି ଆମ ନାମକୁ ଅପ ବ୍ୟବହାର କରି ଲୋକଙ୍କୁ ଠକୁ ଥିଲେ । ଏତାଦୃଶ କାର୍ଯ୍ଯ ପାଇଁ ଜିଲ୍ଲା ପୋଲିସ୍ ପ୍ରଶାନ୍ତୀ ବିଷୋଇଙ୍କୁ ଗିରଫ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ମାତ୍ର କେତେକ ସ୍ଥାନୀୟ ଖବରଦାତା ସବୁ ଖବର ଜାଣି ମଧ୍ଯ "ମା "ଘ ର ସଭାନେତ୍ରୀ ଗିରଫ" ଶୀର୍ଷକ ଖବର ପରିବେଷଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ମା" ଘର ରାଜ୍ୟ ଅଧକ୍ଷା ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ମା' ଘର ଏକ ବ୍ୟାପକ ଅନୁଷ୍ଠାନ ସାରା ଓଡ଼ିଶାରେ ଦୀର୍ଘ ଦୁଇ ଦଶନ୍ଧି ଧରି କାମ କରୁଥିବା ଏହାର ଉତ୍ସର୍ଗୀକୃତ ସଦସ୍ୟାମାନେ ବିନା ପାରିଶ୍ରମିକରେ ପିଡୀତା ଓ ଶିଶୁ କଲ୍ୟାଣ ନିମନ୍ତେ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି ।ଏହି ସଂଗଠନ ଜରିଆରେ ମା" ଘର ଶାନ୍ତି ସେନା ଗଠନ କରି ସମାଜକୁ ନିଶା ମୁକ୍ତ ଓ ହିଂସା ମୁକ୍ତ କରିବାକୁ ପରିବାର ସ୍ତରରୁ ପ୍ରୟାସ ଜାରି ରଖିଛି। । ପ୍ରାଥମିକ ସ୍ତରରେ ମା"ଘର ଜିଲ୍ଲା ସ୍ତରୀୟ କମିଟି ଗଠନ କରି ସେହି କମିଟି ସଦସ୍ୟାମାନଙ୍କୁ ପାରା
ଲିଗାଲ ଟ୍ରେନିଂ ଦେଇ ପିଡୀତା ମହିଳା, ଶିଶୁ ଓ ତାଙ୍କ ପରିବାରକୁ ନିଜ ଅଧିକାର ସଂପର୍କରେ ଅବଗତ କରାଇବା, ପରିବାର  ପୁନଃ ମିଳନ ପାଇଁ କାଉନସେଲିଂ କରିବା ଓ ଦରକାର ପଡିଲେ ସେମାନଙ୍କୁ ଥାନା, ମହିଳା କମିଶନ, ମାନବ ଅଧିକାର କମିଶନ, ଇତ୍ୟାଦି ସଂଗଠନ ପାଖରେ ପହଞ୍ଚାଇବା କାମ ମା" ଘାର କରି ଥାଏ। ବିଗତ ବର୍ଷମାନଙ୍କରେ ହଜାର ହଜାର ପୀଡ଼ିତାଙ୍କୁ ନ୍ୟାୟ ଦେବା ଥଇଥାନ କରିବା ମଧ୍ୟ ଖବର ର ଶୀର୍ଷକ ହୋଇଛି । ସାର ରାଜ୍ୟରେ ନିଷ୍ଠାପର ଭାବେ ଅବିରତ କାର୍ଯ୍ୟ କରୁଥିବା ମା "ଘର ସାରା ଓଡ଼ିଶାରେ ପୀଡ଼ିତଙ୍କ ଆସ୍ଥାଭାଜନ ହୋଇ ପାରିଛି। ମାତ୍ର କେତେକ ମୁଷ୍ଟି ମେୟ ଲୋକ ମା" ଘର କୁ ବଦନାମ କରିବା ପାଇଁ  ପ୍ରୟାସ କରି ତାର ନାମକୁ ନକଲ କରି ଲୋକଙ୍କୁ ଠକି ବା  ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ମା "ଘର ନାମକୁ ଅପ ବ୍ୟବହାର କରି ବା ନକଲ କରି ନିଜ ସ୍ବାର୍ଥ ହାସଲ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ପ୍ରଶାସନ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି ଅନୁରୋଧ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!