Tuesday, August 23, 2022
Homeରାଜ୍ୟର ଶିକ୍ଷା ଭିତ୍ତିଭୂମିର ବିକାଶ ଦିଗରେ ନେଇଥିବା ପଦକ୍ଷେପକୁ କେନ୍ଦ୍ରମନ୍ତ୍ରୀଂକୁ ଶୁଭେଚ୍ଛା

ରାଜ୍ୟର ଶିକ୍ଷା ଭିତ୍ତିଭୂମିର ବିକାଶ ଦିଗରେ ନେଇଥିବା ପଦକ୍ଷେପକୁ କେନ୍ଦ୍ରମନ୍ତ୍ରୀଂକୁ ଶୁଭେଚ୍ଛା

ପାରଳାଖେମୁଣ୍ଡି: 23/08 ଓଡିଶାରେ ଶିକ୍ଷାର ଭିତ୍ତିଭୂମିର ବିକାଶପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସୁଯୋଗ ସ୍ରୁଷ୍ଟି କରାଯାଇଛି।ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି
(ପୌର)ସରକାରୀ ଉଚ୍ଚ ବିଦ୍ୟାଳୟ ଓଡିଶାର ଘୋଷିତ ୧୪ଟି ବିଦ୍ଯାଳଯରୁ ଅନ୍ୟତମ। ୨୦୨୩-୨୪ ବର୍ଷ ଆର୍ଥିକ ଅଟକଳରେ ସମୁଦାୟ ୧୪ କୋଟି ୬୮ ଲକ୍ଷ ଟଂକା ଅଟକଳ ଅନୁମୋଦିତ ହୋଇଛି ମହେନ୍ଦ୍ରଗିରି(ପୌର)ସରକାରୀ ଉଚ୍ଚ ବିଦ୍ୟାଳୟପାଇଁ ୭୦ ଲକ୍ଷ୍ ଟଂକା ଅନୁମୋଦିତ ହୋଇଛି। ଏହି ଅର୍ଥରେ ଶ୍ରେଣୀଗ୍ରୁହ, ସ୍ମାର୍ଟ କ୍ଲାସରୁମ, ଶୌଚାଳୟ, ଖେଳପଡିଆ, ପାନୀୟ ଜଳ ଯୋଗାଣ,ରୋଷେଇ ଘରର ନବୀକରଣ କରାଯିବ। ଏହିପରି ଏକ ସାର୍ବଜନୀନ ବିକାଶପାଇଁ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଭାଗବତ ପାଢୀ, ବିଚିତ୍ରାନନ୍ଦ ବେବର୍ତ୍ତା, ନିମାଇଁ ଚରଣ ପାତ୍ର, ମଲ୍ଲିକାର୍ଜୁନ ପଟ୍ଟନାୟକ, ଡକ୍ଟର କିଶୋର ଚନ୍ଦ୍ର ପଟ୍ଟନାୟକ, ସୂର୍ଯ୍ୟନାରାୟଣ ରାଜଗୁରୁ,ସୁଜିତ କୁମାର ପାଢୀ,ବୁଲୁ ପାଢୀ, ହରିହର ପାଢୀ, ଶାନ୍ତନୁ କୁମାର ପାଢୀ ତଥା ଜିଲ୍ଲା ସରକାରୀ ମାଧ୍ୟମିକ ବିଦ୍ୟଳୟ ସଂଘର ପ୍ରାକ୍ତନ ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଂକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଯୋଜନା ଉକ୍ତ ବିଦ୍ୟାଳୟର ସାମୂହିକ ବିକାଶ ହେବବୋଲି ମତ ପ୍ରକାଶ ପାଇଛି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!