ପାରଳାଖେମୁଣ୍ଡି:୨୨/୮ ଗଜପତି ଜିଲ୍ଲା ମୋହନା ପୋଲିସ କୁ ମିଳିଛି ବଡ ସଫଳତା, ଚାରି କୋଟି ରୁ ଅଧିକା ଟଙ୍କାର ଗଞ୍ଜେଇ ଜବତ, ଘଟଣା ସ୍ଥଳରୁ ଆସାମୀ ଫେରାର ହୋଇ ଯାଇଥିବା ଜଣାପଡ଼ିଛି l ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଦୁର୍ଗମ ପାହାଡ଼ିଆ ଜଙ୍ଗଲ ଅଞ୍ଚଳ। ଏହି ଦୁର୍ଗମ ମୋହନା ବ୍ଲକ ଅଞ୍ଚଳରେ ଗଞ୍ଜେଇ ଚାଷ ସହ ଗଞ୍ଜେଇ ଚୋରା କାରବାର ପାଇଁ ସଦାବେଳେ ଚର୍ଚ୍ଚାରେ ରହିଆସିଛି। ମୋହନା ଥାନାରେ ଥାନା ଅଧିକାରୀ ଭାବେ ବସନ୍ତ କୁମାର ସେଠୀ ଏହି ଥାନାରେ ଯୋଗ ଦେବା ପରଠାରୁ ଗଞ୍ଜେଇ ଚୋରା କାରବାର କରୁଥିବା ଗଞ୍ଜେଇ ମାଫିଆଙ୍କ ନିଦ ହଜେଇ ଦେଇଥିବା ଦେଖିବାକୁ ମିଳିଛି। ଚୋରା ଗଞ୍ଜେଇ ବ୍ୟବସାୟୀ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା କାରବାର କରୁଥିବା ଗଞ୍ଜେଇ ମାଫିଆଙ୍କ ଯୋଜନା ଗୁଡ଼ିକୁ ପଣ୍ଡ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରି ଆସାମୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଗତ କାଲି ଲୁହାଗୁଡ଼ି ନାକା ଗେଟ ନିକଟ ସମେତ ଆଖ ପାଖ ଅଞ୍ଚଳରେ ନିଜର ପୋଲିସ କର୍ମଚାରୀଙ୍କୁ ଧରି ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଦୃତଗତିରେ ମିନି ଟ୍ରକ ଯିବାର ଦେଖି ତାକୁ ଅଟକାଇବାରୁ ପୋଲିସକୁ ଦେଖି ଚାଳକ ସହ ଅନ୍ୟମାନେ ଗାଡ଼ି ଛାଡ଼ି ନିକଟସ୍ଥ ଘଞ୍ଚ ଜଙ୍ଗଲ ମଧ୍ୟରେ ଦୌଡ଼ି ଦୌଡ଼ି ପଳାଇଥିଲେ। ପୋଲିସ ଗାଡିଟିକୁ ଯାଞ୍ଚ କରିବାରୁ ଦେଖାଗଲାଯେ ସେଥିରେ ୧୩୫ଟି ଜରି ବ୍ୟାଗରେ ୪୩୪୯ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସେହି ଗଞ୍ଜେଇ କୁ ସ୍ଥାନୀୟ ଅଧିକାରୀ ମାନଙ୍କ ସମ୍ମୁଖରେ ଜବତ କରି ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ଗଜପତି ଏସ ପି ସ୍ଵାତୀ ଏସ କୁମାର ମୋହନା ଥାନା ପରିସର ମଧ୍ୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଏହି ସାମ୍ବାଦିକ ସମ୍ମିଳନୀରେ ଆର. ଉଦୟଗିରି ଏସ ଡି ପି ଓ ଅଶ୍ଵିନୀ ନାୟକ ଏବଂ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଉପସ୍ଥିତ ଥିଲେ। ଏହି କେସ ର ତଦନ୍ତ କାରି ଅଧିକାରୀ ଭାବେ ଏସ ଆଇ କୃଷ୍ଣ ଚନ୍ଦ୍ର ମଲ୍ଲିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।