ସ୍ଵାମୀ ସ୍ତ୍ରୀ ଗଣ୍ଡଗୋଳ ର ସମାଧାନ ନିମନ୍ତେ ମୋଟା ଅଙ୍କର ଟଙ୍କା ଦାବି କରିବା ଟଙ୍କା ନ ଦେଲେ ମିଛ ମାମଲାରେ ଜେଲ ପଠାଇବା ଧମକ ଦେଇ ମାଆ ଘର ଶାନ୍ତିସେନା ସଭାପତି ଗିରଫ ପରେ କୋର୍ଟ ଚାଲାଣ
କାଲିମେଳା, 21.8 ମାଲାକାନଗିରି ଜିଲ୍ଲା କାଲିମେଳା ଅଂଚଳର ଜୈନେକ ସ୍ଵାମୀ ସ୍ତ୍ରୀ ଙ୍କ ପାରିବାରିକ ଗଣ୍ଡଗୋଳର ସମାଧାନ କରିଦେବା ନିମନ୍ତେ ମୋଟା ଅଙ୍କର ଟଙ୍କା ଦାବି କରିବା ଦାବି ମୁତାବକ ଟଙ୍କା ନ ଦେଲେ ଥାନାରେ ମିଛ ମାମଲାରେ ଫ ସା ଇ ଜେଲ ପଠାଇବା ଧମକ ଦେଇ ହଇରାଣ ହରକତ କରୁଥିବା ଜଣେ ମହିଳାଙ୍କୁ କାଲିମେଳା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି l ଗିରଫ ମହିଳା ମାଲକାନଗିରି ଅଞ୍ଚଳର ପ୍ରଶାନ୍ତି ଲତା ବିଶୋଇ ବୁଲି ସୂଚନା ମିଳିଛି l ସେ ମାଲକାନଗିରି ମା ଘର ଶାନ୍ତି ସେନା ସଂଗଠନ ର ସଭାପତି ଭାବେ କାର୍ଯ୍ୟ କରନ୍ତି l ଏଥିସହ ସେ ଏକ ନିର୍ଦିଷ୍ଟ ରାଜନୈତିକ ଦଳ ରେ ମହିଳା ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଉକ୍ତ ଦଳର ବିଭିନ୍ନ ଶିବିରରେ ଅଂଶଗ୍ରହଣ କରିଥାନ୍ତି l କାଲିମେଳା ପୋଲିସ ମହିଳାଙ୍କ ବିରୋଧରେ ପୋଲିସ 183/3.8.23 ଏକ ମାମଲା ରୁଜୁ କରି ମହିଳାଙ୍କୁ ସୋମବାର କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଛି l ଘଟଣାରୁ ପ୍ରକାଶ ଯେ କାଲିମେଳା ର ତାପସ ବିଶ୍ବାସ ନାମକ ଯୁବକ ଙ୍କ ନିଜ ପରିବାର ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କିଛି ବର୍ଷ ଧରି ପାରିବାରିକ ବିବାଦ ଲାଗି ରହିଥିବାରୁ ତାଙ୍କ ସ୍ତ୍ରୀ ଅଲଗା ରୁହନ୍ତି l ତେବେ ଏହି ଘଟଣା ସମ୍ପର୍କରେ ମାଲକାନଗିରି ସ୍ଥିତ ମାଆ ଘର ଶାନ୍ତି ସେନା ସଦସ୍ୟ ଜାଣିବା ପରେ ସ୍ଵାମୀ ସ୍ତ୍ରୀ ଙ୍କ ଗଣ୍ଡଗୋଳ କୁ ସମାଧାନ କରିଦେବା ପାଇଁ ମଧ୍ୟସ୍ଥି ସାଜି ଥିଲେ l ସମାଧାନ ପାଇଁ ମାଆ ଘରର ସଭାପତି ପ୍ରଶାନ୍ତି ଲତା ବିଶୋଇ ତାପସ ଙ୍କୁ ଲକ୍ଷାଧିକ ଟଙ୍କା ଦାବି କରି ଆସୁଥିଲେ l ଟଙ୍କା ନ ଦେଲେ ତାପସ ଙ୍କ ସ୍ତ୍ରୀ ଙ୍କୁ ମତାଇ ବିଭିନ୍ନ ପ୍ରକାର କେସ୍ ରେ ମାମଲା ରୁଜୁ କରି ତାପସ କୁ ଜେଲ ପଠାଇ ଦେବାର ଧମକ ଦେଇ ଆସୁଥିବା ଅଭିଯୋଗ ହୋଇଥିଲା l ଏ ନେଇ ତାପସ ଗତ 3 ତାରିଖ ଦିନ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଏ ନେଇ ପୋଲିସ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା l ତଦନ୍ତ ପରେ ପୋଲିସ ପ୍ରଶାନ୍ତି ଲତା ବିଶୋୟୀଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ବେଳେ କାଲି ଗିରଫ କରି କୋର୍ଟ ଚାଲାଣ କରିଛି l ଏହି ଘଟଣାରେ ଥାନା ଏସଆଇ ମନୋହର ସାହୁ ତଦନ୍ତ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜଣା ପଡିଛି