ଦାମନଯୋଡି,୨୧/୮:-ବିଦ୍ୟାଭାରତୀ ଓ ଓଡିଶା ଶିକ୍ଷାବିକାଶ ସମିତି ଆନୁକୂଲ୍ଯରେ ଦକ୍ଷିଣ ସମ୍ଭାଗ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ରାୟଗଡା ଠାରେ ଗତ ୧୯ତାରିଖରେ ଅନୁଷ୍ଠିତ ହୋଇଯାଇଛି।ଏହି ଜ୍ଞାନବିଜ୍ଞାନ ମେଳାରେ ଦାମନଯୋଡି ନାଲକୋ ଟାଉନସିପ ସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ର ସୁଶାନ୍ତ କୁମାର ପଟ୍ଟନାୟକ ବିଜ୍ଞାନ ପ୍ରକଳ୍ପରେ ଓ ଚନ୍ଦ୍ରଶେଖର ମିଶ୍ର ପ୍ରୟୋଗରେ ବାଲ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ନାଲକୋ ନଗର, ଅନୁଗୁଳ ଠାରେ ହେବାକୁଥିବା ପ୍ରାଦେଶିକ ଜ୍ଞାନବିଜ୍ଞାନ ମେଳାରେ ସୁଶାନ୍ତ ଓ ଚନ୍ଦ୍ରଶେଖର ଯୋଗ ଦେବା ପାଇଁ ଯୋଗ୍ଯ ବିବେଚିତ ହୋଇଛନ୍ତି ।ଏଥିପାଇଁ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ଡଃ ଶୁଭ୍ରାଂଶୁ ଶେଖର ବାହିନୀପତି,ସଂପାଦକ ଅଶୋକ ନାୟକ,ସଭାପତି ତଥା ନାଲକୋ ସମୂହ ମହାପ୍ରବନ୍ଧକ ପ୍ରମୋଦ କୁମାର ବେହେରା,ପରିଚାଳନା ସମିତିର ସଦସ୍ଯ ପ୍ରସନ୍ନ କୁମାର ସାହୁ,ବଳରାମ ପାଢୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଆନନ୍ଦ ପ୍ରକାଶ ପୂର୍ବକ ଅଭିନନ୍ଦନ ଜଣାଇଛନ୍ତି।ବିଜ୍ଞାନ ଶିକ୍ଷକ ରାଜେନ୍ଦ୍ର ପଣ୍ଡା ଓ ଶିକ୍ଷୟିତ୍ରୀ କଲ୍ଯାଣୀ ଦାଶ ଛାତ୍ରମାନଙ୍କୁ ଗାଇଡ ପ୍ରଦାନ କରିଥିଲେ ।