Tuesday, August 23, 2022
Homeବ୍ରହ୍ମପୁର ରେ ସରିତା ଙ୍କୁ ନେଇ ଅଙ୍କ କଷା

ବ୍ରହ୍ମପୁର ରେ ସରିତା ଙ୍କୁ ନେଇ ଅଙ୍କ କଷା

ନିର୍ବାଚନ ସମୟ ପାଖେଇ ଆସିଲାଣି ସମସ୍ତେ ତର୍ପର, ରାଜନୈତିକ ପାଣିପାଗ ଗରମ ହେବାକୁ ବସିଲାଣି।ଅନେକ ଆଶାୟୀ ଟିକେଟ ଅପେକ୍ଷାରେ ଜନତାଙ୍କ ପ୍ରତିନିଧି ସାଜି ଆଗକୁ କାମ କରିବେ।କେଉଁ ଦଳରୁ ଟିକେଟ ପାଇ ଆଗକୁ ନିର୍ବାଚନ ଲଢ଼ିବେ ଚାଲିଛି ପ୍ରଚେଷ୍ଟା।ଏହି ପରିପ୍ରେକ୍ଷୀରେ ଆମେ ସାକ୍ଷାତ କରିଥିଲୁ ବ୍ରହ୍ମପୁର ସହରର ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସରିତା ପଣ୍ଡା ଙ୍କୁ ଅନେକ ବର୍ଷ ହେବ ଅକ୍ଲାନ୍ତ ପରିଶ୍ରମ କରି ବ୍ରହ୍ମପୁର ବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି।ଅନେକ ପରିଚୟ ଅଛି ତାଙ୍କର ମାଟିର ମଣିଷ ତଥା ପରମ୍ପରା ପ୍ରବର୍ତ୍ତନା  ଭାବେ ସେ ଘରେ ଘରେ ପରିଚିତ।ବୁଲି ବୁଲି  ଗରିବ ଲୋକ ମାନଙ୍କୁ ଔଷଧ ,ଲୁଗାପଟା,ଓ ପିଲାମାନଙ୍କୁ ପୁସ୍ତକ ବାଣ୍ଟିବା। କରୋନା ଜନିତ ବିପତ୍ତି ସମୟରେ  ଚାରିଆଡ଼େ ବୁଲିବୁଲି ଲୋକଙ୍କୁ ସଚେତନ କରିବା,ସ୍କୁଲ କଲେଜ,ବିଭିନ୍ନ ବୃଦ୍ଧାଶ୍ରମ,ଓ ବିଭିନ୍ନ ୱାର୍ଡ ମାନଙ୍କରେ ଅନେକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମାନ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!