କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଅଧୀନ ସଦର ମହାକାଳପଡ଼ା ସେକ୍ସନ ଅନ୍ତର୍ଗତ ବାରଡାଙ୍ଗ ଗାଁ ମଠ ସାହିର ସିଙ୍ଗଲ ଫେଜ କେବୁଲ ଶୁକ୍ରବାର ହଠାତ ଛିଡି ପଡିଥିଲା l ଯାହାନେଇ ସାହିର ୩0ପରିବାର ଗତକାଲିଠୁ ବିଦ୍ୟୁତ ବିଛିନା ଯୋଗୁ ଅନ୍ଧାର ରେ ରହିଥିଲେ l ଟିପିସିଓଡ଼ିଏଲ କର୍ମଚାରୀ ଶନିବାର ଅପରାହ୍ନ ରେ ପହଂଚି କେବୁଲ ସଂଯୋଗ ବେଳେ ସାଥିରେ ନେଇଥିବା କେବୁଲ ଅଘଟ ହୋଇଥିଲା l ମାତ୍ର କର୍ମଚାରୀ ମାନେ ଛିଡିଥିବା କେବୁଲରୁ ଆଉ ଖଣ୍ଡେ ଆଣି ଯୋଡିବାକୁ ଚେଷ୍ଟା କରୁଥିଲେ l କର୍ମଚାରୀଙ୍କ ଥାମା କାମକୁ ସାହିର ମହିଳା ମାନେ ବିରୋଧ କରିଥିଲେ l ଏପରିକି ସମୁଦାୟ ଦୂରତା ପାଇଁ ନୂଆ କେବୁଲ ଯୋଡିବାକୁ ବିଦ୍ୟୁତ କର୍ମଚାରୀଙ୍କୁ କହିଥିଲେ l ମାତ୍ର ପୁରୁଣା ତାର ସଂଯୋଗ କରି ଥାମା ଭାବେ କାର୍ଯ୍ୟ ସାରିବାକୁ ଚେଷ୍ଟlକରିବାରୁ ମହିଳା ମାନେ ବିରକ୍ତି ହୋଇ ସମୁଦାୟ ନୂଆ ତାର ସଂଯୋଗ କରାଯାଇ ତ୍ୱରିତ ବିଦ୍ୟୁତ ଯୋଗାଣ କରାଯିବାକୁ ଦାବିଉଠାଇଥିଲେ l କିନ୍ତୁ ଉପସ୍ଥିତ ବିଦ୍ୟୁତ କର୍ମଚାରୀ ମାନେ ମହିଳା ଙ୍କ ଦାବି କୁ ଗୁରୁତ୍ୱ ନଦେବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବାର ଜଣାପଡିଛ l