Tuesday, August 23, 2022
Homeଡାବୁଗାଁ ବ୍ଲକ ସରଗୁଡାରେ ବେଲାରୀ ନଦୀରେ ପ୍ରଥମ "ବ୍ରିଟିଶ ପୋଲ ଭଙ୍ଗା ଦିବସ" ପାଳିତ

ଡାବୁଗାଁ ବ୍ଲକ ସରଗୁଡାରେ ବେଲାରୀ ନଦୀରେ ପ୍ରଥମ "ବ୍ରିଟିଶ ପୋଲ ଭଙ୍ଗା ଦିବସ" ପାଳିତ

ନବରଙ୍ଗପୁର:- ବ୍ରିଟିଶ ସରକାର ଙ୍କ ବିରୁଦ୍ଧରେ ସନୁମଝିଙ୍କ ନେତୃତ୍ୱରେ 1942 ମସିହା ଅଗଷ୍ଟ 20 ତାରିଖ ଦିନ  ସରାଗୁଡାର ବେଲାରୀ ନଦୀରେ ପ୍ରଥମେ ବ୍ରିଟିଶ ସରକାରଙ୍କ ବିରୋଧରେ ବ୍ରିଜ  ବା ପୋଲ ଭଙ୍ଗି ଥିଲେ  ଏବଂ ଏହି କାର୍ଯ୍ୟ ପାଇଁ ଅନେକ ସଂଗ୍ରାମୀ ଜେଲ ମଧ୍ୟ ଯାଇଥିଲେ ଏବଂ ମୃତୁ ବରଣ ବି କରିଥିଲେ । ଏହି ଦିନକୁ ମନେ ପକାଇବା ପାଇଁ ସେମାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଡାବୁଗାଁ ବ୍ଲକ ସ୍ଥିତ ସରଗୁଡା ଠାରେ ପ୍ରତି ବର୍ଷ ଅଗଷ୍ଟ ମାସ ୨୦ ତାରିଖକୁ ସଂଗ୍ରାମୀ ସନୁ ମାଝୀ ସେବାସଙ୍ଘ "ବ୍ରିଟିଶ ପୋଲ ଭଙ୍ଗା ଦିବସ" ଭାବରେ ପାଳନ କରନ୍ତି । ଏବର୍ଷ ମଧ୍ୟ  ସଂଗ୍ରାମୀ ସନୁ ମାଝୀ ସେବାସଙ୍ଘ ର ସଭାପତି ସରାଡୁ ଭତ୍ରାଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ କରାଯାଇଛି ।ଆଜିର ଏହି ଶୁଭ ଅବସରରେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରତିବର୍ଷ ନବରଙ୍ଗପୁର ଜିଲ୍ଲାର ପ୍ରତି ବ୍ଲକର ସ୍ବାଧିନତା ସଂଗ୍ରାମୀ ମାନଙ୍କ ପରିବାର ର ସଦର୍ଶ ମାନେ ଏକତ୍ରିତ ହାଇଥାନ୍ତି  ସେମାନଙ୍କ ବଳିଦାନ କୁ ମନେ ପକାଇବା ପାଇଁ । ତେଣୁ ଏହି ଦିନ କୁ ବ୍ରିଟିଶ ପୋଲ ଭଙ୍ଗା ଦିବସ ଭାବେ ପାଳନ କରାଯାଏ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!