Tuesday, August 23, 2022
Homeକିଶୋର କିଶୋରୀ ମାନଙ୍କ ଦ୍ୱାରା ସାମୁହିକ ବୃକ୍ଷରୋପଣ

କିଶୋର କିଶୋରୀ ମାନଙ୍କ ଦ୍ୱାରା ସାମୁହିକ ବୃକ୍ଷରୋପଣ

ମାଲକାନଗିରି ଜିଲ୍ଲାପ୍ରଶାସନ ଓ ଆକ୍ସନଏଡ଼ର ମିଳିତ ଆନୁକୂଲ୍ୟରେ ଜଳବାୟୁ ପରିବର୍ତ୍ତନକୁ   ପ୍ରତିହତ କରିବା ପାଇଁ ଜିଲ୍ଲାର ପ୍ରତି ଅଙ୍ଗନବାଡି କେନ୍ଦ୍ର ଓ ଶିଶୁ ଗୃହଗୁଡିକରେ ଅଦ୍ବିକ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀମାନଙ୍କ ଦ୍ୱାରା ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଳବାୟୁ ପରିବର୍ତ୍ତନ ପିଲାମାନଙ୍କୁ ପ୍ରଭାବିତ କରୁଛି। ପରିବାରରେ ରୋଜଗାର କମାଇଦେଉଛି, ପ୍ରାକୃତିକ ଦୁର୍ବିପାକ ହେଲେ ପିଲାଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ମଧ୍ୟ ପ୍ରଭାବିତ ହେଉଛି।  ଆଜି ମାଲକାନଗିରି ଜିଲ୍ଲାର କିଶୋର କିଶୋରୀମାନେ ଗଛଟିଏ ଲଗେଇ ଜଳବାୟୁ ପରିବର୍ତ୍ତନକୁ ସନ୍ତୁଳିତ ରଖିବା ପାଇଁ ଏହା ଏକ କ୍ଷୁଦ୍ର  ପ୍ରାୟାସ ମାତ୍ର।  ଏଥିରେ ମାଲକାନଗିରି ଜିଲ୍ଲାର ୧୩୨୪ଟି ଅଙ୍ଗନବାଡି କେନ୍ଦ୍ର ଏବଂ ୩ଟି ଶିଶୁ ଗୃହର ପ୍ରାୟ ୧୪ ହଜାର କିଶୋର କିଶୋରୀ ମାନେ  ଅଦ୍ବିକ  କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ନିଜ ଅଞ୍ଚଳରେ ମିଳୁଥିବା ୧୫ ହଜାରରୁ ଅଧିକ ଫଳ ଗଛ ଚାରା ରୋପଣ କରିଥିଲେ । ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ପରିସର ଓ ଗ୍ରାମର ବିଭିନ୍ନ  ରାସ୍ତା କଡରେ ଏହି ବୃକ୍ଷରୋପଣ କରାଯାଇଥିଲା । ଏହା ବ୍ୟତୀତ ସବୁ ବୃକ୍ଷର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଶପଥ ପାଠ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!