Tuesday, August 23, 2022
Homeଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଇଓମାନଙ୍କ ଗଣ ଧାରଣା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଇଓମାନଙ୍କ ଗଣ ଧାରଣା

ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଦୁଇ ଦଫା ଦାବିରେ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଜଣାପଡିଛି। ନିଯୁକ୍ତି ସମୟରେ ପିଇଓ ମାନଙ୍କ ଶିକ୍ଷାଗତ ଯୋଗ୍ୟତା +୨ ଥିବା ବେଳେ ଏହାକୁ +୩ କରିବା,ସ୍ତର-୫ ଅନୁସାରେ ୨୧,୫୦୦ ଦରମା ବଦଳରେ ସ୍ତର-୯ କରି ୩୫,୪୦୦ ଦରମା ପ୍ରଦାନ କରିବା,୧୦ ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟ କରି ଆସୁଥିବା ପିଇଓଙ୍କୁ ପଦୋନ୍ନତି ଦେବା ଲାଗି ଆନ୍ଦୋଳନ ଅବ୍ୟାହତ ରହିଛି। ଏହି ଦାବି ପୂରଣ ପାଇଁ ପିଇଓମାନେ ଗତ ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ କରି ବ୍ଯାଜ ଧାରଣ କରିଥିଲେ। ବର୍ତ୍ତମାନ ଏହି ଦାବି ପୂରଣ ନହେବାରୁ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି।ସଙ୍ଘର ସଭାପତି ଅଶୋକ କୁମାର ମହାନ୍ତି, ସମ୍ପାଦକ କିଶୋର ଚନ୍ଦ୍ର ମହାରଣା ସମେତ ଅନ୍ୟାନ୍ୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆନ୍ଦୋଳନରେ ଅଂଶ ଗ୍ରହଣ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!