Tuesday, August 23, 2022
Homeକଂଗ୍ରେସ ପକ୍ଷରୁ 9 ଦଫା ଦାବି ନେଇ ବ୍ଲକ ଘେରାଉ

କଂଗ୍ରେସ ପକ୍ଷରୁ 9 ଦଫା ଦାବି ନେଇ ବ୍ଲକ ଘେରାଉ

ଆଜି ରାଜ୍ୟ ବ୍ୟାପୀ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ବ୍ଲକ ଘେରାଉ କରାଯାଇଛି। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଠାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ବାଲ କ୍ରୀଷ୍ଣା ଭୋଳ କଂଗ୍ରେସ କର୍ମୀଙ୍କ ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି,ବିଜେପି, ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ନାରା ଦେବା ସହ ବିଡିଓ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।ଉକ୍ତ ଦାବି ଗୁଡ଼ିକ ମଧ୍ୟରେ ବେକାରୀ ସମସ୍ୟା,ନାରୀ ନିର୍ଯାତନା, ଅତିରିକ୍ତ ବିଜୁଳି ବିଲ୍ , ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଘରୋଇ ଉପକରଣ ଜିନିଷ ପତ୍ର ରେ ଦରଦାମ ବୃଦ୍ଧି, ପ୍ରମୁଖ 9 ଗୋଟି ଦାବି ଉଲ୍ଲେଖ କରାଯାଇଛି। ଏହି ସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ସହ ସବୁ ବ୍ଲକ ରେ ତାଲା ପକାଇ ଦେବୁ ବୋଲି କର୍ମୀ ମାନେ ମତ ପ୍ରକାଶ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!