Tuesday, August 23, 2022
Homeପ୍ରଥମ ଥର ପାଇଁ ଜବତ ହୋଇଛି ବ୍ରାଉନ ସୁଗାର

ପ୍ରଥମ ଥର ପାଇଁ ଜବତ ହୋଇଛି ବ୍ରାଉନ ସୁଗାର

ମାଲକାନଗିରି ଜିଲ୍ଲାରେ ସଦା ସର୍ବଦା ଗଞ୍ଜେଇ ଚାଲାଣକୁ
ଚର୍ଚ୍ଚା ଲାଗି ରହିଥିବା ବେଳେ ପୋଲିସ ପ୍ରଥମ ଥର ପାଇଁ ବ୍ରାଉନ ସୁଗାର ଜବତ୍ କରିଛି। 
ଏ କଥା ସତ୍ୟ ଯେ, ପାହାଡ ପାଦ ଦେଶରେ ମାଲକାନଗିରି
ଜିଲ୍ଲାରେ ଅବୈଧ ଗଞ୍ଜେଇ ଚାଷ କେଉଁ ସମୟରୁ ହେଉଥିବା ବେଳେ ପୋଲିସ ଦ୍ବାରା ବହୁ ଗଞ୍ଜେଇ ମାଫିଆ ଗିରଫ ହୋଇ ବର୍ଷ ବର୍ଷ ଧରି ଜେଲ୍ ରେ ସଢ଼ୁଛନ୍ତି। ତଥାପି ଏହି କାରବାରରେ 
ପୂର୍ଣ୍ଣଚ୍ଛେଦ ପଡ଼ିବାର ନାହିଁ।ବିଭିନ୍ନ ସମୟରେ ଗଞ୍ଜେଇକୁ ନେଇ ଚର୍ଚ୍ଚା ରହୁ ଥିବା ମାଲକାନଗିରି ଜିଲ୍ଲା ଏବେ ଧଳା ଜହର ଦେଖିବାକୁ ମିଳିଛି । ତେବେ ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳକୁ କେମିତି ଆସିଲା ଧଳା ଜହର ବ୍ରାଉନ୍ ସୁଗାର୍  ତାହାକୁ ନେଇ ଚର୍ଚ୍ଚା । ସୂଚନା ମୁତାବକ କାଲିମେଳା ପୋଲିସ ରାତ୍ର କାଳୀନ ପେଟ୍ରୋଲଙ୍ଗ କରୁଥିବା ସମୟରେ ଜାତୀୟ ରାଜ ପଥ-୩୨୬ ମୁଖ୍ୟ ରାସ୍ତା ଉପରେ ଗୋଟିଏ ହୋଣ୍ଡା ସେଣ୍ଟ୍ରୋ କାରଟିକୁ ଅଟକାଇ ଯାଞ୍ଚ କରିବା ପରେ , ସେଥିରୁ ପ୍ରାୟ ୫୦ କେଜି ଗଞ୍ଜେଇ ଜବଦ କରିଥିଲା ପୋଲିସ । ପରେ ଅଧିକ ତଦନ୍ତ ପରେ ସେମାନଙ୍କ ପାଖରୁ ବ୍ରାଉନ ସୁଗାର ମଧ୍ୟ ବାହାରି ଥିଲା । ତେବେ ବ୍ରାଉନ ସୁଗାରକୁ ନେଇ  ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।ସମସ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ । ୬ ଜଣ ଅପରାଧୀ ସମେତେ ୫୦ କେଜି ଗଞ୍ଜେଇ ,୧.୬ ଗ୍ରାମର ବ୍ରାଉନ ସୁଗାର,୨ଟି କାର ଏବଂ ନଗଦ ୧,୪୬,୬୦୦ ଟଙ୍କା ମଧ୍ୟ ଜବଦ କରିଛି ପୋଲିସ ।ତେବେ ସମସ୍ତ ଅପରାଧୀଙ୍କ ଘର ବାହାର ରାଜ୍ୟରେ ହୋଇ ଥିବା ବେଳେ ଜଣେ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡ଼ିଛି । ଏନେଇ ଏଏସପି ରାହୁଲ ଗୋୟେଲ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!