Tuesday, August 23, 2022
Homeକଂଗ୍ରେସ ତରଫରୁ ବ୍ଳକ ଘେରାଉ ଓ ଦାବି ପତ୍ର ପ୍ରଦାନ

କଂଗ୍ରେସ ତରଫରୁ ବ୍ଳକ ଘେରାଉ ଓ ଦାବି ପତ୍ର ପ୍ରଦାନ

 ଆଜି ରାଜ୍ୟର ବିଭିନ୍ନ ବ୍ଲକ ଅଫିସ ମାନଙ୍କରେ ବ୍ୟାପକ ପି.ସି. କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧ ବିଜୁଳି ନୀତି ବିରୁଦ୍ଧରେ ଆଦି  ୯ ଗୋଟି ପ୍ରସଙ୍ଗକୁ ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଅଗଷ୍ଟ ୧୮ ତାରିଖ ଶୁକ୍ରବାର ଦିବା ୧୦ ଘଣ୍ଟିକା ସମୟରେ “ବ୍ଲକ ଘେରାଉ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଠାରେ ମଧ୍ୟ ଜିଲ୍ଲା କଂଗ୍ରେସ ପକ୍ଷରୁ ଘେରାଉ କରାଯିବା ସହ
ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି।
ଆଜି ମାଲକାନଗିରି କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ବାହାରି ମାଲକାନଗିରି ବ୍ଳକରେ ପହଞ୍ଚିଲେ । ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ବ୍ଳକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାରର ସ୍ଳୋଗାନ ଦେଇଥିଲେ। ଓଡିଶାରେ ଖାଲିପଡ଼ିଥ‌ିବା ୨, ୨୬, ୫୫୯ ସରକାରୀ ପଦବୀକୁ ତୁରନ୍ତ ପୂରଣ କରିବା, ରାଜ୍ୟର ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି କରିବା, ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ, ପେଟ୍ରୋଲ, ଡିଜେଲ, ଗ୍ୟାସ, କିରୋସିନି ଭଳି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ଯଥା ଲୁଣ ଚିନି ଅଟା ଆଦିର ଦର ହ୍ରାସ କରିବା, ବ୍ଲକସ୍ତରରେ ଚାଲିଥିବା ୧୫ ରୁ ୫୦% ପିସି କାରବାର ବନ୍ଦ କରିବା ପାଇଁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏବେ ରାଜ୍ୟ ସରକାର ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ନବୀନ ସରକାର ଓଡ଼ିଶାରେ ଥିବା ପ୍ରତ୍ଯେକ ପଞ୍ଚାୟତକୁ ଦେଉଥ‌ିବା ୫୦ ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତକୁ ଦିଆଯାଉ ଏବଂ ପଲ୍ଲୀ ସଭାରେ କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ତାହା ନିଷ୍ପତ୍ତି  ପାରିତ ହେଲା ପରେ ଏହି ଅର୍ଥ ଖର୍ଚ୍ଚ କରାଯାଉ ବୋଲି ଦାବି କରିଥିଲେ । କୃଷିଜାତ ପଦାର୍ଥର ଅଭାବି ବିକ୍ରି ବନ୍ଦ କର, କଟ୍‌ନି ଛଟନି ବନ୍ଦ କର ଓ ପ୍ରତି ବ୍ଳକରେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଦାବି କରାଯାଇଥିଲା।  ଅନୁସୂଚୀତ ଜାତି, ଜନଜାତି, ପଛୁଆବର୍ଗ ପାଇଁ କଂଗ୍ରେସ ଦେଇଥ‌ିବା ଅଧିକାରକୁ କ୍ଷୁର୍ଣ୍ଣ କରିବା ବନ୍ଦ କର , ନାରୀ ନିର୍ଯ୍ୟାତନା ବନ୍ଦ କର । ନାରୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତିକରଣ କରବା ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ବେଳେ କୌଣସି ପ୍ରକାର ପ୍ରିୟାପ୍ରୀତି ତୋଷଣ କରା ନଯାବା, ରାଜ୍ୟର ପ୍ରକୃତ ଗରିବ ବାସହୀନ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ଦାବି କରିଥିଲେ। ସେହିଭଳି ଖଇରପୁଟ, ମାଥିଲି, କାଳିମେଳା ଏବଂ ଚିତ୍ରକୋଣ୍ଡା ବ୍ଲକ ଠାରେ ମଧ୍ୟ ବିଡ଼ିଓଙ୍କୁ ଶହ ଶହ କଂଗ୍ରେସ କର୍ମୀ ଓ ନେତା ମିଶି ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଘେରାଉରେ ମାଲକାନାଗିରି ନଗର ସଭାପତି ପି. କେଶୁ, ଜି. ଶ୍ରୀନିବାସ ରାଓ,ପ୍ରାଣକୃଷ୍ଣ ହାଲଦାର୍, ଡି. ନୀଳକଣ୍ଠ ରାଓ, ପର୍ଶୁରାମ ଭକ୍ତ, ଏସକେ ରହିମ, କୃଷ୍ଣ ଆନୁଗୁ, ପଦ୍ମ ପାଙ୍ଗି ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!