Tuesday, August 23, 2022
Homeପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ୫୦ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ୫୦ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ୫୦ ତମ ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ ବୈଠକ କାର୍ଯ୍ୟକ୍ରମ’ରେ ଅଧ୍ୟକ୍ଷତା କରି ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ ଯୋଜନା କାର୍ଯ୍ୟକ୍ରମ କାର୍ଯ୍ୟକାରିତା ହେଉଥିବା ସହ ତାହା ପ୍ରଗତି ପଥରେ ଆଗେଇ ଚାଲିଛି । ସେଥିରେ ଥିବା ପର୍ଯ୍ୟାପ୍ତ ଅର୍ଥ’ର କିଭଳି ସୁବିନିଯୋଗ ହୋଇ ଯୋଜନା କାର୍ଯ୍ୟକ୍ରମ’ର ସଫଳ ରୂପାୟନ ହୋଇପାରିବ ଏବଂଅଞ୍ଚଳବାସୀ ସେଥିଦ୍ୱାରା କିଭଳି ଉପକୃତ୍ ହୋଇ ପାରିବେ , ସେଥିପାଇଁ ଉପସ୍ଥିତ ସମସ୍ତ ବ୍ଲକ୍ ଅଧ୍ୟକ୍ଷ ଓ ଜନ ପ୍ରତିନିଧି ମାନଙ୍କ ସମେତ ବିଭିନ୍ନ ବିଭାଗୀୟ ସଂପୃକ୍ତ ଅଧିକାରୀ ମାନଙ୍କ ସହଯୋଗ ଓ ସହାୟତା କାମନା କରିଥିଲେ ।ଜିଲ୍ଲା ପରିଷଦ’ର ମୁଖ୍ୟ ନିର୍ବାହୀ ତଥା ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ବୈଠକରେ ଉପସ୍ଥିତ ଥିବା ଜିଲ୍ଲା ପରିଷଦ’ର ସଭାପତି ଓ ଉପସଭାପତି’ଙ୍କ ସମେତ ସମସ୍ତ ସଭ୍ୟାସଭ୍ୟ , ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସ୍ଵାଗତ ଜଣାଇବା ସହ କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ l ସେହିଭଳି ଜିଲ୍ଲା ପରିଷଦ’ର ସିଡ଼ିଓ: ତଥା ନିର୍ବାହୀ ଅଧିକାରୀ ଶ୍ରୀ ଗୁଣନିଧି ନାୟକ ମଞ୍ଚାସିନ ରହି ବୈଠକ କାର୍ଯ୍ୟକ୍ରମ’ର କାର୍ଯ୍ୟସୂଚୀ ପ୍ରକାରେ ବୈଠକ ଆଲୋଚନା’କୁ ଆଗେଇ ନେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ସାଂସଦ ପ୍ରତିନିଧି ଶ୍ରୀ ପ୍ରଦୀପ କୁମାର ନାୟକ ଏବଂ ପାରଳା ବିଧାୟକ ପ୍ରତିନିଧି ଶ୍ରୀ ଆଦର୍ଶ ଦାସ ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ ଆଲୋଚନା’ରେ ଅଂଶଗ୍ରହଣ କରିଥିଲେ ।
ଏହି ବୈଠକ କାର୍ଯ୍ୟକ୍ରମ’ରେ ମୁଖ୍ୟତଃ କୃଷି , କ୍ଷୁଦ୍ର ଜଳସେଚନ , ଶିକ୍ଷା , ସ୍ୱାସ୍ଥ୍ୟ , ଗମନାଗମନ , ପ୍ରାଣୀ ସମ୍ପଦ , ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ , ଜୀବିକା ମିଶନ , ମିଶନ ଶକ୍ତି , ମନରେଗା ଯୋଜନା , ଗ୍ରାମୀଣ ଆବାସ ଯୋଜନା , ମତ୍ସ୍ୟ , ଜଳଛାୟା , ଉଦ୍ୟାନ ମିଶନ , ବେସାମରିକ ଯୋଗାଣ , ସାମାଜିକ ସୁରକ୍ଷା ଏବଂ ସମାଜ କଲ୍ୟାଣ , ମହିଳା ଓ ଶିଶୁ ବିକାଶ ପ୍ରଭୃତି ବିଭାଗ’ର ସେହି ବିଭାଗୀୟ କାର୍ଯ୍ୟକ୍ରମ’ର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା ।ସେହିଭଳି ଏହି ସମୀକ୍ଷା ବୈଠକ ଆଲୋଚନା କାର୍ଯ୍ୟକ୍ରମ’ରେ ଜିଲ୍ଲା’ର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସେମାନଙ୍କ ଦ୍ଵାରା କାର୍ଯ୍ୟକାରୀ କରା ଯାଇଥିବା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ’ର ଅଗ୍ରଗତି ସମ୍ପର୍କ’ରେ ସମ୍ପୂର୍ଣ ବିବରଣୀ ବୈଠକରେ ଉପସ୍ଥାପନା ଓ ଅବଗତ କରାଇଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!