Tuesday, August 23, 2022
Home ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳିଲେ ବିଜେପି ନେତାବିଷ୍ଣୁ ଦାଶ 

 ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳିଲେ ବିଜେପି ନେତାବିଷ୍ଣୁ ଦାଶ 

ସ୍ୱାଧୀନତା ଦିବସ ଅବସରରେ  ରାଜ୍ୟ କାର୍ଯ୍ୟ କାରିଣୀ ବିଷ୍ଣୁ ଦାସ l ଅଳାଇଲୋ ଗ୍ରାମର 4ନଂ ୱାର୍ଡ ଦଳିତ ସାହି ଲୋକଙ୍କ ସହିତ  ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେଶ୍ରୀ ଦାଶ l, ଗୋବରୀ ନଦୀ ର ଗାଧୁଆ ତୁଠ ରେ କୁମ୍ଭୀର ଆକ୍ରମଣ ରୁ ରକ୍ଷା ପାଇବା ପାଇଁ ତୁଠ ରେ ଏକ ସୁରକ୍ଷା ବାଡ ନିର୍ମାଣ ପାଇଁ ସ୍ଥାନୀୟ ରେଞ୍ଜେର ଙ୍କ ସହ ଆଲୋଚନା କରି ସମସ୍ୟାର ତ୍ୱରିତ ସମାଧାନ କରିବେ ବୋଲି କଥା ଦେଇଥିଲେ  lସାହିର ଅନେକ ଦରିଦ୍ର  ଦଳିତ ପରିବାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଇଥିବା ର କାରଣ ପଚାରି ବୁଝିଲେ l  ଆବାସ ଯୋଜନା ନେଇ  ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ରଖିଲେ l, ସେହିପରି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ରୁ ଉକ୍ତ ୱାର୍ଡ ର ଶେଷ ମୁଣ୍ଡ ରେ ପିଇବା ପାଣି ପହଂଚି ପାରୁନଥିବାରୁ ଲୋକ ମାନ ଙ୍କ ର ପାଣି ପହଂଚିବା ଦିଗରେ ପଦ କ୍ଷେପ ନେଇ ସ୍ଥାନୀୟ ପଂଚାୟତ କର୍ତ୍ତୃପକ୍ଷ ଓ ବିଡ଼ିଓ ଙ୍କ ସହିତ ଆଗାମୀ ଦିନରେ ଆଲୋଚନା କରିବେ ବୋଲି ପ୍ରତିଶୃତି ରଖିଲେ ରାଜ୍ୟ କାର୍ଯ୍ୟ କାରିଣୀ l ସାଧାରଣ ଜନତା ଜର୍ଜରିତ ବିଭିନ୍ନ ସମସ୍ୟା ରେ ତ୍ୱରିତ ମୁକ୍ତି ଦେବା ବିଜେପି ନେତା ଶ୍ରୀଦାଶ ଉଚିତ ପଦକ୍ଷେପ ନେବେ ବୋଲି  ଲୋକେ ଆଶା ରଖିଥିବାର କହନ୍ତି 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!