Tuesday, August 23, 2022
Homeରାୟଗଡା ଜିଲ୍ଲା ବିଜେଡିର ବିଭିନ୍ନ ସାଙ୍ଗଠନିକ ପଦ ପଦବି ରେ ସ୍ଥାନ ପାଇଥିବା ରାମନାଗୁଡ଼ା ସଭ୍ୟ ଙ୍କୁ ସମ୍ବର୍ଦ୍ଧନା

ରାୟଗଡା ଜିଲ୍ଲା ବିଜେଡିର ବିଭିନ୍ନ ସାଙ୍ଗଠନିକ ପଦ ପଦବି ରେ ସ୍ଥାନ ପାଇଥିବା ରାମନାଗୁଡ଼ା ସଭ୍ୟ ଙ୍କୁ ସମ୍ବର୍ଦ୍ଧନା

ରାୟଗଡା ଜିଲ୍ଲା ବିଜେଡିର ବିଭିନ୍ନ ସାଙ୍ଗଠନିକ ପଦ ପଦବି ରେ ସ୍ଥାନ ପାଇଥିବା ରାମନାଗୁଡ଼ା ସଭ୍ୟ ଙ୍କୁ ସମ୍ବର୍ଦ୍ଧନା 

ରାୟଗଡା ଶୁଭମ ବାର୍ତ୍ତା : ରାୟଗଡା ଜିଲ୍ଲା ବିଜେଡିର ବିଭିନ୍ନ ପଦବି ସକାଶେ ଗତକିଛି ଦିନ ତଳେ ବିଜେଡି ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ ପରେ ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ( ବବି ଭାଇ )ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି । ମୁଖ୍ୟ ମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ  ସାଂଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାଶ ବବି ଭାଇ ଙ୍କ ଦ୍ୱାରା ଏହି ତାଲିକା ପ୍ରକାଶ ହୋଇଯାଇଛି । ଏଥିରେ ଜିଲ୍ଲା ଉପସଭାପତି ଭାବେ ୧୪ଜଣଙ୍କ ନାମ ରହିଥିବାବେଳେ ଅନୁରୂପ ସାଧାରଣ ସମ୍ପାଦକ ଭାବେ ୧୫ ମନୋନିତ ହୋଇଛନ୍ତି । ସେହିପରି ସମ୍ପାଦକ ଭାବେ ୧୭ଜଣ ମନୋନିତ ହୋଇଥିବାବେଳେ ଯୁଗ୍ମ ସମ୍ପାଦକ ୧୩ଜଣ ଏବଂ କୋଷାଧ୍ୟକ୍ଷକ ଭାବେ ଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ରାମନାଗୁଡ଼ା ବ୍ଲକ ରୁ ଉପ ସଭାପତି ଭାବେ ଦାମ କୈବର୍ତ୍ତ, ସାଧାରଣ ସମ୍ପାଦକ ଭାବେ ନବୀନ ପିପିଳି ଓ ସମ୍ପାଦକ ଭାବେ ଜଗଦୀଶ ଚନ୍ଦ୍ର ନାୟକ ବେହେରା ଙ୍କୁ ଦାୟିତ୍ୱ ଦିଆଯାଇଛି l ନୂତନ ଭାବେ ବିଜେଡି ସଂଗଠନ ଦାୟିତ୍ୱ ପାଇଥିବା ନନ୍ଦ, ନବୀନ, କୈବର୍ତ୍ତ ଓ ନାୟକବେହେରା ଙ୍କୁ ରାମନାଗୁଡ଼ା ବ୍ଲକ ବିଜେଡି, ୟୁବ ବିଜେଡି ଓ ମହିଳା ବିଜେଡି ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ ମାନେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ଏହି ସମ୍ବର୍ଦ୍ଧନା ଉତ୍ସବ ରେ ବ୍ଲକ ର ବରିଷ୍ଠ ତଥା ରାମନାଗୁଡ଼ା ବ୍ଲକ ବିଜେଡି ର ସଂଗଠକ ଗଗନ ଆଚାର୍ଯ୍ୟ, ଶୁଣ୍ଢି ଧାମୁନି ସମିତି ସଭ୍ୟ କମଳ ଲୋଚନ ମୁଟିକା, ମକାର୍ଧ୍ଵଜ ଧୋବା, ରଞ୍ଜନ ନାୟକ ବେହେରା ଙ୍କ ସମତେ ଶତାଧିକ ବିଜେଡି କର୍ମୀ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l
ନୂତନ ଦାୟିତ୍ୱ ପାଇଥିବା ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବବି ଭାଇ  ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଓ ଗୁଣୁପୁର ବିଧାୟକ ରଘୁନାଥ ଗୋମସଙ୍ଗ ଙ୍କୁ କୃତଜ୍ଞତା ଜଣାଇଛନ୍ତି l ଆଗାମୀ 2024 ନିର୍ବାଚନ ରେ  ରେ ସୁଧୀର ଦାସ ଓ ମନ୍ତ୍ରୀ ଶ୍ରୀ ସାରକା ଙ୍କ. ନେତୃତ୍ୱ ରେ ଏହି ଜ଼ିଲ୍ଲା ର ତିନିଗୋଟି ବିଧାନସଭା ଓ କୋରାପୁଟ ଲୋକସଭା ଆସନ ନିଶ୍ଚିତ ବିଜୟ ହାସଲ କରିବ ବୋଲି ଗଗନ ଆଚାର୍ଯ୍ୟ ଓ କୋମଳ ଲୋଚନ କହିଛନ୍ତି l 
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!