Tuesday, August 23, 2022
Homeକାଲିମେଳା ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ କଂଗ୍ରେସ କର୍ମୀ, ରାଜ୍ଯପାଳଙ୍କ ଉଦ୍ଦେଶ୍ଯରେ 9 ଦଫା ସମ୍ବଳିତ ଦାବିପତ୍ର ବିଡି

କାଲିମେଳା ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ କଂଗ୍ରେସ କର୍ମୀ, ରାଜ୍ଯପାଳଙ୍କ ଉଦ୍ଦେଶ୍ଯରେ 9 ଦଫା ସମ୍ବଳିତ ଦାବିପତ୍ର ବିଡି

କାଲିମେଳା, 18.8 ରାଜ୍ୟର ବିଭିନ୍ନ ବ୍ଳକ ଅଫିସ ମାନଙ୍କରେ ବ୍ୟାପକ ପି.ସି. କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯ୍ୟାତନା, ବି, ଚାଷୀମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧ ବିଜୁଳି ନୀତି ଭଳି ୯ ଦଫା ଦାବି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ସଭାପତି  ଶରତ ପଟ୍ଟନାୟକଙ୍କ ଡାକରାରେ ତଥା ମାଲକାନଗିରି ଜିଲ୍ଲା କଂଗ୍ରେସ ଆନୁକୁଲ୍ୟରେ କାଲିମେଳା  ବ୍ଲକ ଘେରାଉ କରାଯାଇଥିଲା l ସହ ସହ କଙ୍ଗ୍ରେସ କର୍ମୀ ମାନେ କାଲିମେଳା ହାଟପଦା ନିକଟରେ ଏକଜୁଟ ହୋଇ ବିଜେଡି ସରକାର ବିରୋଧରେ ନାରାବାଜି କରିଥିଲେ l ବିଶେଷ କରି ପିସି କାରବାର ପଞ୍ଚାୟତ କ୍ଷମତାକୁ ଅପବ୍ଯବହାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଚଞ୍ଚକତା ଜଳ ସେଚନ ସମସ୍ୟାକୁ ନେଇ ରାଜ୍ଯ ସରକାରଙ୍କ ଉପରେ ବର୍ଷି ଥିଲା କଂଗ୍ରେସ l ରାଜ୍ଯ ସରକାର ଦେଇଥିବା ପ୍ରତ୍ୟକ ପ୍ରତିଶ୍ରୁତି କୁ ପୂରଣ କରିବାରେ ବିଫଳ ହୋଇଛନ୍ତି l 24 ବର୍ଷ ହେଲା ବିଜେଡି ଓଡିଶା ଲୋକଙ୍କ ପାଇଁ କିଛି ଆଖିଦୃଶିଆ କାମ କରିନାହିଁ ଯୋଜନା ପରେ ଯୋଜନା ଘୋଷଣା ହେଉଛି କିନ୍ତୁ ନିର୍ବାଚନ ପରେ ତାହା ବନ୍ଦ ହୋଇଯାଉଛି ବୋଲି କଂଗ୍ରେସ କର୍ମୀ ମାନେ କହିଛନ୍ତି l ପରେ କର୍ମୀ ମାନେ ହାତରେ ପ୍ଲାକାର୍ଡ ଧରି ଏକ ବିରାଟ ରାଲିରେ ବାହାରି ବ୍ଲକ କାର୍ଯ୍ୟାଳୟ ଠାରେ ପହଁଚି କିଛି ସମୟ ବ୍ଲକ ଘେରାଉ କରିବା ସହ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଏହି ଦାବିପତ୍ର ମଧ୍ୟରେ ବିଶେଷ କରି ବ୍ଲକସ୍ତରରେ ଚାଲିଥିବା ୧୫ ରୁ ୫୦% ପିସି କାରବାର ବନ୍ଦ କରିବା,  ରାଜ୍ୟ ସରକାର ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଂଚାୟତକୁ ଦେଇଥିବା ୫୦ ଲକ୍ଷ ଟଙ୍କା ସିଧାସଳଖ ପଂଚାୟତକୁ ଦିଆଯାଉ ଏବଂ ଗ୍ରାମ ସଭାର କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ତାହା ନିଷ୍ପତି ମୁତାବକ ପାରିତ ହେଲା ପରେ ପଂଚାୟତରେ ଏହି ଅର୍ଥ ଖର୍ଚ୍ଚ କରାଯାଉ ।  ଖାଲିପଡ଼ିଥିବା ୨, ୨୬,୫୫୯ ସରକାରୀ ପଦବୀକୁ ତୁରନ୍ତ ପୂରଣ କରି ଏବଂ ରାଜ୍ୟର ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କରିବା । ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପେଟ୍ରୋଲ, ଡିଜେଲ, ଗ୍ୟାସ, କିରୋସିନି ଭଳି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ଯଥା ଲୁଣ ଠାରୁ ତେଲ ପର୍ଯ୍ୟନ୍ତ ଦରଦାମ ବୃଦ୍ଧି ବନ୍ଦ । କୃଷିଜାତ ପଦାର୍ଥର ଅଭାବି ବିକ୍ରୀ ବନ୍ଦ କର, କଟନୀ ଛଟନି ବନ୍ଦ କର ଓ ପ୍ରତି ବ୍ଳକରେ ଶୀତଳ ଭଣ୍ଡାର ଖୋଲିବା ବ୍ୟବସ୍ତା କରିବା l ଲୋ ଭୋଲଟେଜ, ପାଓ୍ବାରକଟ, ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କର । ଟାଟା କମ୍ପାନୀର ଖାଉଟି
ମାଗଣ ବିଜୁଳି ନୀତି ବନ୍ଦ କର । ଅନୁସୂଚୀତ ଜାତି, ଜନଜାତି, ପଛୁଆବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ ସୃଷ୍ଟି କରିବା ନାରୀ ନିର୍ଯ୍ୟାତନା ବନ୍ଦ କରିବା । ନାରୀ ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ବେଳେ କୌଣସି ପ୍ରକାର ପ୍ରିୟାପ୍ରୀତି ତୋଷଣ କରାନଯାଉ। ରାଜ୍ୟର ପ୍ରକୃତ କଳାବ ବାସହୀନ ହିତାଧୁକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ବୁଲି କଙ୍ଗ୍ରେସ ପକ୍ଷରୁ ଦାବି କରାଯାଇଛି l ଆଜିର କାର୍ଯ୍ୟକ୍ରମ ରେ ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ବରିଷ୍ଠ ନେତା ମାଲା ମାଢ଼ି ଙ୍କ ନେତୃତରେ କଂଗ୍ରେସ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଇସାକ ଖୋସ୍ଲା , ଜିଲ୍ଲା  ର ସୟଦ ଅମଜାତ ପାସା ,କାଲିମେଳା ବ୍ଲକ କଙ୍ଗ୍ରେସ ସଭାପତି ନାରାୟଣ ମଲ୍ଲିକ, ବ୍ଲକ ଉପାଧକ୍ଷ ଲକ୍ଷ୍ମୀଧର ମାଡକାମି, ପୂର୍ବତନ କଂଗ୍ରେସ ବ୍ଲକ ସଭାପତି ଜ୍ୟୋତିଷ ମଣ୍ଡଲ, ତେଳରାଇ ପଞ୍ଚାୟତ ସରପଞ୍ଚ ମୁତା ସୋଡ଼ୀ, ଲ୍ୟାମ୍ପ ସଭାପତି ସୁଖଦେବ କବାସି ଙ୍କ ସମେତ ଅନ୍ୟାନ୍ୟ ବ୍ଲକ ଓ ଜିଲ୍ଲାସ୍ତରୀୟ କର୍ମୀ ନେତା ମାନେ ଯୋଗ ଦେଇଥିଲେ l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!