Tuesday, August 23, 2022
Homeନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ସେବକପୁର ପର୍ଶୁରାମ ମହାବିଦ୍ୟାଳୟ ଠାରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠ

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ସେବକପୁର ପର୍ଶୁରାମ ମହାବିଦ୍ୟାଳୟ ଠାରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠ

 ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକ ପୁର ସ୍ଥିତ ପର୍ଶୁରାମ ମହାବିଦ୍ୟାଳୟ ତଥା ପର୍ଶୁରାମ ଗୁରୁକୂଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କେନ୍ଦ୍ର ସରକାରଙ୍କ “ମେରୀ ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ଶ୍ରୀ ଏ: ମହେଶ୍ୱର ରାଓଙ୍କ ସମେତ ସେବା ନିବୃତ୍ତ ସେନା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ରାଉତ , ମହାବିଦ୍ୟାଳୟ
ର ଅଧ୍ୟକ୍ଷ ଶ୍ରୀ ଶଶିକାନ୍ତ ମହାପାତ୍ର , ଅଧ୍ୟାପକ ଶ୍ରୀ ଏନ: ମିନାରାଓ ଓ ଶ୍ରୀ ଏ: ରାମାରାଓ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ମାଟିକୁ ନମଦ୍ଭ ଓ ବିରଙ୍କୁ ବନ୍ଦନା କରିଥିଲେ ।ଆଜି ବି ଭାରତ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଗାଥା କୁ ଭୁଲି ନାହିଁ , ସେମାନଙ୍କ ବଳିଦାନ ଚିର ସ୍ମରଣୀୟ ଅଟେ ବୋଲି କହିଥିଲେ ।ଏହି ଅବସରରେ , ସେବା ନିବୃତ୍ତ ସାମରିକ ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ରାଉତଙ୍କୁ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା ।ସମ୍ଭର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀ ରାଉତ କହିଥିଲେ ଯେ , ଦେଶ ମାତୃକାର ସେବା ଓ ସୁରକ୍ଷା ପାଇଁ ସାମରିକ କର୍ମଚାରୀ ମାନଙ୍କ ଯୋଗଦାନର ବିଶେଷତ୍ଵ ଓ ଗୁରୁତ୍ଵ ଉପରେ କହି ସେ ଦୀର୍ଘବର୍ଷ ଧରି ଦେଶ ସୁରକ୍ଷା ପାଇଁ ସେବା କରିଥିବା ଯୋଗୁଁ ନିଜକୁ ଗର୍ବିତ କହି ଛାତ୍ରଛାତ୍ରୀ ତଥା ଆଜିର ଯୁବପିଢିଙ୍କୁ ଦେଶ ମାତୃକାର ସେବା ଓ ସୁରକ୍ଷା କରିବା ସହ ଉନ୍ନତି ଦିଗରେ ସହଯୋଗ ପାଇଁ ଆଗେଇ ଆସିବାକୁ ଆହ୍ବାନ କରିଥିଲେ ।କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ଦେଶର ସୁରକ୍ଷା ଓ ଉନ୍ନତିରେ ବ୍ରତୀ ହେବା ପାଇଁ ଶପଥ ନେଇଥିଲେ 
ଏହି ଅବସରରେ ବୀର ଯବାନ ମାନଙ୍କୁ ସମ୍ମାନ ସହ ମାଟିକୁ ପ୍ରଣାମ ଜଣାଇ ମାଟି ମାଆର ସୁରକ୍ଷା ପାଇଁ ତିରଙ୍ଗା ପତାକା ଗହଣରେ ବୃକ୍ଷ ରୋପଣ କରା ଯାଇଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ଗଣ ଶ୍ରୀ ଏ: ମହେଶ୍ୱର ରାଓଙ୍କ ସମେତ ଶ୍ରୀ ବି: ଭବାନୀ ପ୍ରସାଦ ଏବଂ ଶ୍ରୀ ଶଙ୍କର ନାୟକ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!