Tuesday, August 23, 2022
Homeବିଜେଡି ସୋସିଆଲ ମିଡିଆ ସେଲ କାର୍ଯ୍ୟାଳୟକୁ ଉଦଘାଟନ କଲେ ବିଧାୟିକା

ବିଜେଡି ସୋସିଆଲ ମିଡିଆ ସେଲ କାର୍ଯ୍ୟାଳୟକୁ ଉଦଘାଟନ କଲେ ବିଧାୟିକା

ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ର ରାମଚନ୍ଦ୍ର ପୁର ଠାରେ ମଙ୍ଗଳବାର ସନ୍ଧ୍ୟାରେ ବିଜେଡିର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସୋସିଆଲ ମିଡିଆ ସେଲ କାର୍ଯ୍ୟାଳୟକୁ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ସୋସିଆଲ ମିଡିଆ ଯୋଗୁଁ ସରକାରଙ୍କ ସମସ୍ତ ଯୋଜନା ଏଥିରେ ସାଧାରଣ ଜନତା ଜାଣିପାରିବା ସହ ସେମାନଙ୍କ ଅଭାବ ଅସୁବିଧା ଏଥି ମଧ୍ୟରେ କମେଟ ବକ୍ସରେ ମତ ପ୍ରକାଶ  କରିପାରିବେ ବୋଲି  ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ବିଧାୟିକା। ଏଥି ସହ କୋଦଳା ଏନ ଏ ସି ର 11 ନମ୍ବର ୱାର୍ଡକୁ ସ୍ୱାଭିମାନ ୱାର୍ଡ ନାମକରଣ କରିବା ସହ ଏହି ୱାର୍ଡ କୁ ରାସ୍ତା, ପାନୀୟ ଜଳ ଓ ଆଲୋକୀକରଣ ଉପରେ ଗୁରୁତ୍ୱ ଦେବା ସହ ସୌନ୍ଧର୍ଯ୍ୟ କରଣ ପାଇଁ ନେଇ ଥିବା ପଦକ୍ଷେପ ପାଇଁ କାଉନଶୀଲର ଭଗବାନ ପାଢ଼ୀ ଙ୍କୁ ଧନ୍ୟବାଦ ଦେଇ ଥିଲେ!
ଗଞ୍ଜାମରୁ ଭଗବାନ ପାଢୀଙ୍କ ରିପୋଟ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!