ଲମତାପୁଟ ୧୫/୮/୨୦୨୩ ସ୍ଥାନୀୟ ପିଏଚଡ଼ି ପଡ଼ିଆରେ ଆୟୋଜିତ ଏକ ଫୃଟବଲ ଫାଇନାଲ ଖେଳ ପ୍ରତିଯୋଗିତା ରେ ନନ୍ଦପୁର ବ୍ଲକ ର ଯୁବା ଦଳ ଓ ଲମତାପୁଟ ବ୍ଲକ ର ଶନକେଇ ଦଳ ମଧ୍ୟ ରେ ଏକ ଚିତ୍ତାକର୍ଷକ ଫାଇନାଲ ଖେଳ ପ୍ରତିଯୋଗିତା ହୋଇଥିଲା ଏଥିରେ ଥିବା ଦଳ ବିଜୟୀ ହୋଇଥିଲେ।ଏହି କାର୍ଯ୍ୟକ୍ରମ ରେ କୋରାପୁଟ ବିନାୟକ ଶ୍ରୀ ରଘୁରାମ ପଡାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଧାୟକ ପ୍ରତିନିଧି ଧନୁର୍ଜୟ ଦାରଲୀ। ଲଛମନ ବଡନାୟ।ବ୍ଳକ ଯୁବ ସଭାପତି ଶିବଶଙ୍କର ନାୟକ।ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।ପ୍ରୟ ୧୦ ହଜାର ଦର୍ଶକ ଏହାକୁ ଉପଭୋଗ କରିଥିଲେ। ବିଜୟୀ ଦଳ କୁ ଦଶ ହଜାର ଟଙ୍କା ଓ ରନର ଦଳକୁ ପାଂଚ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।ଖେଳ ବ୍ୟତୀତ ଶିକ୍ଷା କ୍ଷେତ୍ରରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ବୋଲି ବିଧାୟକ ଯୁବପିଢି ମାନଙ୍କ ଆହ୍ବାନ କରିଥିଲେ। ଆଗାମୀ ଦିନରେ ଲମତାପୁଟ ଠାରେ ଏକ ସ୍ଥାୟୀ ଖେଳପଡିଆ ନିର୍ମାଣ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।