Tuesday, August 23, 2022
Homeସ୍ଵାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡାଇ ଅଭିବାଦନ ଗ୍ରହଣ କଲେ ବିଏସଏଫ ଡିଆଇଜି

ସ୍ଵାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡାଇ ଅଭିବାଦନ ଗ୍ରହଣ କଲେ ବିଏସଏଫ ଡିଆଇଜି

ମାଲକାନଗିରି  ଆଜି ସମଗ୍ର ଦେଶ ୭୭ତମ ସ୍ବାଧିନତା ଦିବସ ପାଳୁଥିବା ବେଳେ ସେଥିରୁ ବାଦପଡିନାହିଁ ମାଲକାନଗିରି ଜିଲ୍ଲାର ମାଓଗଡ ଭାବେ ଚିରପରିଚିତ ଚିତ୍ରକୋଣ୍ଡା ସ୍ଵାଭିମାନ ଅଚଂଳର ୯ଟି ପଞ୍ଚାୟତ। ବିଶେଷ କରି ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଯନ୍ତ୍ରୀ ଠାରେ ସ୍ଥାପିତ ବିଏସଏଫ କ୍ୟାମ୍ପରେ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ଉଡାଇ ସେଠାରେ ଆୟୋଜିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଛନ୍ତି ବିଏସଏଫ ଡିଆଇଜି ଶୈଳେନ୍ଦ୍ର କୁମାର ସିନା ।

ଯନ୍ତ୍ରୀ ଠାରେ ଥିବା ବିଏସଏଫ କ୍ୟାମ୍ପ ପରିସରରେ ଆଜି ଆଡମ୍ବର ପୁର୍ଣ୍ଣ ଭାବେ ସ୍ବାଧିନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମାଓବାଦୀଙ୍କୁ ଭୟ ନକରି ନିର୍ଭୟରେ ସେ ଅଚଂଳର ଶତାଧିକ ଗ୍ରାମବାସୀ ଏହି ସ୍ବାଧିନତା ଦିବସ ଉତ୍ସବରେ ଯୋଗଦେଇ ଖୁସି ହୋଇଥିଲେ । ବିଏସଏଫ ଡିଆଇଜି ଶ୍ରୀ ସିନା ଗ୍ରାମବାସୀ ମାନଙ୍କୁ ମିଷ୍ଟାନ ବଟଂନ କରିବା ସହିତ ବିଭିନ୍ନ ଉପହାର ଦେଇଥିଲେ ।

ଚଳିତ ବର୍ଷ ମାଓଗଡ଼ ସ୍ଵାଭିମାନ ଅଚଂଳର ହନ୍ତାଳଗୁଡା , ଜୋଡାମ୍ବ , ପଣସପୁଟ , ଅଣ୍ଡାପାଲି , ରାଲଗଡା , ଯନ୍ତ୍ରୀ , ପାପରମେଟଲା , ଗଜଲମାମୁଡି , ଧୂଳିପୁଟ ୯ଟି ଯାକ ପଞ୍ଚାୟତ ସହିତ ମାଓପ୍ରବଣ ଦୁର୍ଗମ ଅପହଁଚ ଗ୍ରାମରେ ଥିବା ସ୍କୁଲ ଗୁଡିକରେ ମଧ୍ୟ ୭୭ତମ ସ୍ବାଧିନତା ଦିବସ ଧୁମ ଧାମରେ ପାଳନ କରାଯାଇଛି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!