କୋରାପୁଟ ଜିଲ୍ଲା କୋଟପାଡ଼ ସହର ରେ ବିଭିନ୍ନ ଅନୁଷ୍ଠାନ ରେ ସ୍ୱାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି।ଏହି ଅବସରରେ କୋଟପାଡ଼ ଏନ୍ ଏ ସି ରେ ଚାଇର୍ମେନ୍ ଏମ ଶଙ୍କର ରାଓ ପତାକା ଉତ୍ତୋଳନ କରି ଥିବା ବେଳେ,କୋଟପାଡ଼ ଗନ୍ଧିଛକ ଠାରେ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆ ନ ପତାକା ଉତ୍ତୋଳନ କରି ଥିଲେ।ସେହିପରି କୋଟପାଡ଼ ଯୁଡ଼ିସିଆଲ କୋର୍ଟ ଠାରେ ମଧ୍ୟ ସ୍ୱାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ସେହିପରି କୋଟପାଡ଼ ସହର ରେ ଥିବା ବିଭିନ୍ନ ଅନୁଷ୍ଠାନ,ସ୍କୁଲ,କଲେଜ,ବି ଆର୍ ସି ,କଂଗ୍ରେସ ଅଫିସ ଇତ୍ୟାଦି ଠାରେ ଆଜି ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ କୋଟପାଡ଼ ଜୁଡ଼ିସିଆଲ କୋର୍ଟ ଠାରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଦିଲୀପ କୁମାର ବାରିକ କୋଟପାଡ଼ କୋର୍ଟ ପରିସର ରେ ପତାକା ଉତ୍ତୋଳନ କରି ଥିଲେ। ଏବଂ ବାର ଆସୋସିଏସନ୍ ର ସଭାପତି ମଣି ପ୍ରସାଦ ପଟ୍ଟନାୟକ,ଉପ ସଭାପତି ପ୍ରଦୀପ କୁମାର ବକ୍ସି, ସମ୍ପାଦକ ଶଙ୍କର ପଣ୍ଡା,ପୂର୍ବତନ ସଭାପତି ପଙ୍କଜ କୁମାର ପାତ୍ର,ବରିଷ୍ଠ ଆଇନଜୀବି ଜିତେନ୍ଦ୍ର ନାଥ ମହାପାତ୍ର,ମୁକ୍ତେଶ୍ଵର ନାୟକ,ବିଦ୍ୟୁତ୍ ଲତା ବକ୍ସି,ଦୁର୍ଗା ସାହୁ,ଖଗପ ତି ପାତ୍ର, ଗୁପ୍ତ ବେହେରା,ଅଜିତ ପାତ୍ର,ହରିଶ ପଟ୍ଟନାୟକ, ଗୁପ୍ତ ମହାନ୍ତି, ପୁଷ୍ପା ପଟ୍ଟନାୟକ,ପ୍ରମୁଖ ଓକିଲ ବୃନ୍ଦ ଉପସ୍ଥିତ ଥିବା ବେଳେ କୋର୍ଟ ର ତାରାପ୍ରସାଦ ପାଣିଗ୍ରାହି,ଲିପିକା ପାଣିଗ୍ରାହୀ,ସରୋଜ କୁମାର ନାୟକ, ସଂଜିତ୍,ଦିବାକର,ବନବାସୀ ପ୍ରମୁଖ ଉପସ୍ଥିତ ରହି ଏହି ସ୍ୱାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ କରିଥିଲେ