Tuesday, August 23, 2022
Homeଡାବୁଗାଁ ବ୍ଲକରେ ପାଳିତ ହେଲା ୭୭ତମ ସ୍ବାଧୀନତା ଦିବସ

ଡାବୁଗାଁ ବ୍ଲକରେ ପାଳିତ ହେଲା ୭୭ତମ ସ୍ବାଧୀନତା ଦିବସ

ନବରଙ୍ଗପୁର:-ଆଜି ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ। ସ୍ବାଧୀନତା ଦିବସ ଅବସରରେ ଡାବୁଗାଁ ବ୍ଲକ ରେ ଡାବୁଗାଁ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ଡାବୁଗାଁ ସଦରମହାକୁମ ଠାରେ ପାଳିତ ହେଲା ଏହି ଅବସରରେ ବିଧାୟକ ଶ୍ରୀ ମୋନହର ରନ୍ଧାରୀ ପତାକା ଉତ୍ତୋଳନ କରିଥିଲେ । ସେହିଭଳି  ଡାବୁଗାଁ ତହସିଲ ଠାରେ ତହସିଲଦାର କୃଷ୍ଣଚନ୍ଦ୍ର ଦାସ ପତାକା ଉତଲନ କରିଥିଲେ,ବ୍ଲକ କାର୍ଯ୍ୟାଳୟ ଏବଂ ଶିଶୁ ମନ୍ଦିରରେ ବିଡ଼ିଓ ଶରତ ମାଝୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ପତାକା ଉତଳନ କରିଥିଲେ। ଡାବୁଗାଁ  ସାମ୍ବାଦିକ ସଙ୍ଘ ଠାରେ ମଧ୍ୟ ପତାକା ଉତଲନ କରିବା ସମୟରେ ସାମ୍ବାଦିକ ସଂଘର ସମ୍ପାଦକ ମିହୀର ଶଙ୍କର ପାତ୍ରଙ୍କ ସହ ଅନ୍ୟ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ ।
ଡାବୁଗାଁ ବ୍ଲକ ର ବିଭିନ୍ନ ସରକାରୀ ଅନୁଷ୍ଠାନ ଥାନା, ପୋଷ୍ଟ ଅଫିସ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନରେ ମଧ୍ୟ ପତାକା ଉତ୍ତୋଳନ କରାଯାଇ ଥିଲା ।ଡାବୁଗାଁ ବ୍ଲକ ରେ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ ଡାବୁଗାଁ ବିଡ଼ିଓ ଶରତମାଝୀ, ଏବିଡ଼ିଅ ପଦ୍ମନାଵ ତ୍ରିପାଟି, ବ୍ଲକ ଚେଇରମେନ ବିଣା ମାଝୀ,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର ପ୍ରମୁଖ ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!