Tuesday, August 23, 2022
Homeସୁନାବେଡ଼ା ମୁନିସିପଳିଟୀ ଠାରେ ୭୭ତମ ସ୍ଵାଧୀନତା ଦିବସ ପାଳନ ହେଇଯାଇଛି

ସୁନାବେଡ଼ା ମୁନିସିପଳିଟୀ ଠାରେ ୭୭ତମ ସ୍ଵାଧୀନତା ଦିବସ ପାଳନ ହେଇଯାଇଛି

ଆଜି ସୁନାବେଡା ମୁନିସିପାଲିଟି ଅଫିସରେ ୭୭ତମ ସ୍ୱାଧୀନତା ଦିବସ ଧୁମ ଧାମରେ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର କୁମାର ପାତ୍ର ପତାକା ଉତ୍ତୋଳନ କରିଥିଲେ। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର ତାଙ୍କର ବକ୍ତବ୍ୟରେ କହିଥିଲେ ଆମର ପ୍ରଧାନମନ୍ତ୍ରୀ ଦେଶ ପାଇଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେମିତି ରାଜ୍ୟ ପାଇଁ କାମ କରି ଆସୁଛନ୍ତି ସେମିତି ଆମେ ସମସ୍ତେ ମିଳିମିଶି କାମ କରି ଏ ଦେଶ ଏ ରାଜ୍ୟ ଏ ଜିଲ୍ଲା ଏବଂ ଏ ସୁନାବେଡା ମୁନିସିପାଲିଟିକୁ ଏକ ସୁନ୍ଦର ମୁନିସିପାଲିଟି ରୂପେ ଗଠନ କରିବା। ଆଜିର ଏହି ମହାନ ଦିନରେ ସୁନାବେଡା ମୁନିସିପାଲିଟି ତରଫରୁ ବୁଢ଼ା,ବୁଢ଼ୀ,ବିଧବା ଏବଂ ବିକଳାଙ୍ଗ ଲୋକମାନଙ୍କୁ ନୂତନ ଭତା ବଣ୍ଟନ କରାଗଲା। ପୁଣି ସବୁ ପାରିଷଦ, ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ ଏବଂ ଅଧ୍ୟକ୍ଷ ସମସ୍ତେ ମିଶି ସୁନାବେଡା ମୁନିସିପାଲିଟି ଚାରିପାଖରେ ଵୃକ୍ଷ ରୋପଣ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!