Tuesday, August 23, 2022
Homeସିପିଏମ ଜିଲ୍ଲା ଅଫିସରେ ୭୭ ତମ ସ୍ୱାଧୀନତା ଦିବସ ପାଳନ।

ସିପିଏମ ଜିଲ୍ଲା ଅଫିସରେ ୭୭ ତମ ସ୍ୱାଧୀନତା ଦିବସ ପାଳନ।

୭୭ ତମ ସ୍ୱାଧୀନତା ଦିବସ ସିପିଏମ ଜିଲ୍ଲା ଅଫିସରେ ପାଳିତ ହୋଇଯାଇଛି।ପାର୍ଟିର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପତାକା ଉତ୍ତୋଳନ ପରେ ସ୍ୱାଧୀନତା ସଂଗ୍ରାମର ବୀର ସହିଦମାନଙ୍କୁ ସ୍ମରଣ କରିଥିଲେ।
ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ସ୍ୱାଧୀନତା ଆନ୍ଦୋଳନର ଐତିହ୍ୟକୁ ବର୍ଣ୍ଣନା କରିଥିଲେ।ବ୍ରିଟିଶ ବିରୋଧୀ ଲଢ଼େଇ ଆମକୁ ଜାତୀୟତାର ଶିକ୍ଷା ଦେଇଥିଲା।ତେଣୁ ଜାତି, ବର୍ଣ୍ଣ, ଭାଷା ନିର୍ବିଶେଷରେ ଦେଶର ଜନସାଧାରଣ ସ୍ୱାଧୀନତା ପାଇଁ ଐକ୍ୟବଧ ସଂଗ୍ରାମ ରେ ସାମିଲ ହୋଇଥିଲେ।ଆମ ଦେଶର ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି।ତେଣୁ ଦେଶର ଧନୀ ଗରିବ ସମାନ ଅଧିକାର ପାଇଛନ୍ତି।କେନ୍ଦ୍ର ସରକାର ଏହି ସମ୍ବିଧାନର ସୁରକ୍ଷା କରିବା ପରିବର୍ତେ, ଏହା ଉପରେ ଆକ୍ରମଣ ଆରମ୍ଭ କରିଛି।ତେଣୁ ସମ୍ବିଧାନ, ଗଣତାନ୍ତ୍ରିକ ଅଧିକାର, ସାମାଜିକ ନ୍ୟାୟ, ସଙ୍ଘୟ ବ୍ୟବସ୍ଥା ଓ ଭାଇଚାରା ପ୍ରତି ବିପଦ ଦେଖାଦେଇଛି।ଆଜିର ଏହି ମହାନ ଦିବସରେ ସମସ୍ତ ନାଗରିକ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେବାକୁ ଆହ୍ୱାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ,ଶିବ ପ୍ରସାଦ ମହାପାତ୍ର, ନୃସିଂହ ବ୍ରହ୍ମା, ସୂର୍ଯ୍ୟ ପରିଡ଼ା, ଗୋପାଳ ପାଣିଗ୍ରାହୀ, ରଂଜନ ପାତ୍ର, କିଶୋର ମିଶ୍ର ଓ ଗୋକୁଳ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!