Tuesday, August 23, 2022
Homeଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ସ୍ଵାଧୀନତା ଦିବସ ପାଳନ

ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ସ୍ଵାଧୀନତା ଦିବସ ପାଳନ

ସ୍ଥାନୀୟ ଲାଞ୍ଜିପଲ୍ଲୀ ର ଗୁଡ଼ସେଡ ରୋଡ  ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଆଜି 77 ତମ ସ୍ବାଧିନତା ଦିବସ  ମହା ସମାରୋହରେ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।ବିଦ୍ୟାଳୟର ସମ୍ପାଦିକା ଶ୍ରୀମତୀ ଅନିତା କୁମାରୀ ପାଢ଼ୀ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ପରିଡ଼ା, ମ୍ୟାନେଜର ଶ୍ରୀଯୁକ୍ତ ସାଇ ସନ୍ତୋଷ ନନ୍ଦ ଯୋଗ ଦେଇ ଥିଲେ।ଏହି ଅବସରରେ ସ୍କାଉଡ ଗାଇଡ  ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ହୋତା ଙ୍କ ତତ୍ବାବଧାନରେ ଶାରୀରିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ପରିଶେଷରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା  ଦଶମ ଏବଂ ଦ୍ଵାଦଶ ଶ୍ରେଣୀର କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ। ଜ୍ୟୋତି ରଞ୍ଜନ ଗୌଡ଼ ଙ୍କ ରିପୋର୍ଟ ବ୍ରହ୍ମପୁର।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!