ମାଲକାନଗିରି ଜିଲ୍ଲା ସୀମାନ୍ତ
ଛତିଶଗଡ଼ରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ
କରିଛି । ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ନାମ
ମାଡବୀ ମଲ୍ଲି॥ ସେ ଦୀର୍ଘ ୧୭ ବର୍ଷ ଧରି ମାଓ ସଂଗଠନରେ
ରହି କାର୍ଯ୍ୟ କରୁଥିଲା। ଅନେକ ବଡ
ହିଂସାକାଣ୍ଡରେ ସେ ଜଡ଼ିତ ଥିଲେ।
ମାଓ ସଂଗଠନ ନିଜର ନୀତି ଆଦର୍ଶ
ହାରୁଥିବା ବେଳେ ସେ ସାଧାରଣ
ଜୀବନଯାପନ କରିବା ଲକ୍ଷ୍ୟ ରଖ୍
ଛତିଶଗଡ଼ର ସୁକୁମା ଜିଲ୍ଲା ପୁଲିସ
ନିକଟରେ ଆତ୍ମ ସମର୍ପଣ କରିଛନ୍ତି।
ଆତ୍ମସମର୍ପଣ ସମୟରେ ସୁକୁମା ଏସ୍ପି କିରଣ ଚୌହାନ,
ଅତିରିକ୍ତ ଏସ୍ପି ଆକାଶ ମରକାମ, ଉପ ପୁଲିସ ଅଧୀକ୍ଷକ
ରଞ୍ଜନ ନାଗ ପ୍ରମୁଖ ଉପସ୍ଥିତ ଥିଲେ | ଆତ୍ମସମର୍ପଣ କରିଥିବାରୁ
ତାଙ୍କୁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ
କରାଯାଇଥିଲା।