Tuesday, August 23, 2022
Homeନାଲକୋ ଇଣ୍ଡିପେଣ୍ଡେନ୍ସ କପ ଫୁଟବଲ ଉଦଘାଟିତ:୧୩୮ଦଳ ଭାଗନେଲେ

ନାଲକୋ ଇଣ୍ଡିପେଣ୍ଡେନ୍ସ କପ ଫୁଟବଲ ଉଦଘାଟିତ:୧୩୮ଦଳ ଭାଗନେଲେ

୨୪ତମ ନାଲକୋ ଇଣ୍ଡିପେଣ୍ଡେନ୍ସ କପ ଫୁଟବଲ ପ୍ରତିଯୋଗୀତା ସୋମବାର ଉଦଘାଟିତ ହୋଇଯାଇଛି। ନାଲକୋ ସ୍ପୋର୍ଟସ ସେଲ ଓ ନାଲକୋ କମ୍ୟୁନୀଟି ସେଣ୍ଟର ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ ଅବିଭକ୍ତ କୋରାପୁଟ ଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ମୋଟ ୧୩୮ଟି ଦଳ ଭାଗ ନେଇଛନ୍ତି।ନାଲକୋ ଟାଉନସିପ ସେକ୍ଟର ୨ ସ୍ଥିତ ଡ.ବି.ଆର.ଆମ୍ବେଦକର ଷ୍ଟାଡିୟମ ଓ ଚମ୍ପାପଦର ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଷ୍ଟାଡିୟମରେ ଖେଳ ଅନୁଷ୍ଠିତ ହେଉଛି।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ସୁଶୀଲ କୁମାର ପାଢ଼ୀ ମୁଖ୍ୟ ଅତିଥି ରୂପେ ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ। ନାଲକୋର ସମୂହ ମହାପ୍ରବନ୍ଧକ ପି କେ ବେହେରା,ରସିଦ ୱାରିସ,ଏନ ଆର ମହାନ୍ତି,ଆର ଏସ ରାଜୁ,ଅମରେନ୍ଦ୍ର କୁମାର ମିଶ୍ର,ସୁରେଶ ଚନ୍ଦ୍ର ସାମଲ,କେ ଏଲ ଜେନା,ଏଚ ଏସ ପଣ୍ଡାଙ୍କ ସହିତ ଅନ୍ୟ ଅଧିକାରୀ,ଡିଜିଏମ ଏସ.କେ.ନାଥ,କମ୍ୟୁନୀଟି ସେଣ୍ଟର ସଭାପତି ଆଶିଷ ସେନାପତି, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼,ନାଲକୋ ସ୍ପୋର୍ଟସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ମୁଖ୍ୟ ରେଫରୀ ଡ.ରମେଶ ଚନ୍ଦ୍ର ସ୍ବାଇଁଙ୍କ ସହିତ ରେଫରୀ ଛବି କୁମାର ନାୟକ,ଚଞ୍ଚଳ ମାଝୀ,ଯଶୋବନ୍ତ ମାଝୀ,ପ୍ରଦୀପ ହାଁସଦା,ସୁରେନ୍ଦ୍ର କହଁର,ତପନ ଜୟସ୍ୱାଲ,ସଞ୍ଜୟ ନାୟକ,ଅବିନାଶ କୁଲଦୀପ,ଦୈତାରି କୁଲଦୀପ ଓ ଉଦ୍ଧବ ବାଘ ଖେଳ ପରିଚାଳନା କରିଥିଲେ।ଉଦଘାଟନୀ ଉତ୍ସବରେ ଦୁଇ ଷ୍ଟାଡିୟମରେ ସୁଶୀଲ ଲାକ୍ରା ଓ ନିର୍ମଳ କୁମାର ରାଉତ ମଞ୍ଚ ସଂଯୋଜନା କରିଥିଲେ। ପୁରୁଷୋତ୍ତମ ଲେହେରୀ,ସୁଶାନ୍ତ ପାତ୍ର,ବସନ୍ତ ପଣ୍ଡା,ସଞ୍ଜୟ ସାହୁ,ଦୀପ୍ତି ପ୍ରକାଶ ପଣ୍ଡା,ଶ୍ରୀଧର ପରିଡ଼ା,ପ୍ରଭାତ ସାହୁ,ଏନ ହାଁସଦା,ବୁନୁ ଭତ୍ରା,ପୂର୍ଣ୍ଣ ବଡନାୟକ,ବିଭୂତି ଶବର,ରଘୁନାଥ ଚିଙ୍ଗୁଡ଼ି,କ୍ରୀଷ୍ଣା ଖିଲ,ରାମୁ ଖିଲ,ପ୍ରଭାତ ଟାକ୍ରି ଓ ଭଗତ ଟାକ୍ରି ପ୍ରମୁଖଙ୍କ ସହିତ ଆୟୋଜକଙ୍କ ଅନ୍ୟ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!