କାଲିମେଳା,(14. 8)ମାଲକାନଗିରି ମୋଟୁ ୩୨୬ନମ୍ବର ଜାତୀୟ ରାଜପଥ mv 126 ନିକଟ ରାସ୍ତାରେ ଅଜଣା ଗାଡି ଧକ୍କାରେ ଏକ ଜଙ୍ଗଲି ହେଟାବାଘ (ହ୍ୟାନା) ର ମୃତ୍ୟୁ ଘଟିଛି ।ସୋମବାର ସକାଳେ ମୃତ ହେଟା ବାଘଟି ଦୁର୍ଘଟଣାର ଶିକାର ହୋଇ ରାସ୍ତାକଡରେ କ୍ଷତାକ୍ତ ଅବସ୍ଥାରେ ପଡିଥିବାର ସେହିରାସ୍ତାରେ ଯାଉଥିବା କିଛି ଲୋକ ଏହାକୁ ଦେଖି ବନବିଭାଗକୁ ଜଣାଇଥିଲେ । ମୃତ ହେଟା ବାଘଟିକୁ ଦେଖିବା ପାଇଁ mv 126 ଓ ତାର ଆଖପାଖ ଗ୍ରାମବାସୀ ଏବଂ ପଥଚାରୀ ଙ୍କ ଭିଡ ଲାଗି ରହିଥିଲା । ସ୍ଥାନୀୟ ଅଂଚଳବାସୀ ଙ୍କ ସୂତ୍ରରୁ ପ୍ରକାଶ ଯେ ସୋମବାର ଭୋର ସମୟରେ mv 126 ନିକଟରେ ଥିବା ମାନ୍ୟମକୋଣ୍ଡା ମତ୍ୟୁଲୁଆମ୍ମା ମନ୍ଦିର ଯିବା ମୁଖ୍ୟ ଗେଟ ନିକଟରେ କେହି ଅଜଣା ଗାଡି ଧକ୍କାରେ ହେଟା ବାଘ ର ମୃତ୍ଯ ହୋଇଥିଲା l ବାଘ ଟିର ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିବା କୁହାଯାଉଛି l ହେଟା ବାଘ ମୃତ୍ୟୁ ସଂପର୍କରେ ସ୍ବୟଂପ୍ରଭା ପ୍ରଧାନ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ହେଟା ବାଘ ର ମୃତ୍ୟୁ ହେବା ନେଇ ଗ୍ରାମବାସୀ ଖବର ଦେଇଥିଲେ ରେଞ୍ଜର ଙ୍କ ନିର୍ଦ୍ଦେଶ କ୍ରମେ ଆମେ ସେଠାକୁ ଯାଇ ବାଘକୁ ଉଦ୍ଧାର କରି ପଶୁ ଚିକିତ୍ସା କେନ୍ଦ୍ର ରେ ବ୍ଯବଛେଦ କରାଯିବା ପରେ ବାଘ ଟିକୁ ପୋତି ଅଧିକ ତଦନ୍ତ ଜାରି ରଖି ଥିବା ସେ ପ୍ରକାଶ କରିଛନ୍ତି l