ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରେନ୍ସ ଆପଣାଇ ଥିବାବେଳେ ହିଂଜିଲିକାଟୁ ବ୍ଲକ ବେଲଗାଁ ଗୋଷ୍ଠି ଚିକିତ୍ସାଳୟରେ ମହିଳାଙ୍କୁ ପ୍ରସବ ପାଇଁ ଡାକ୍ତର ଟଙ୍କା ମାଗିବା ଘଟଣା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି।ପ୍ରସବ କରାଇବା ପାଇଁ ରୋଗୀଙ୍କଠୁ ନିଆଯାଉଛି ଲାଞ୍ଚ। ବିଭାଗର ଲେବର୍ ରୁମ୍(ପ୍ରସୂତି କକ୍ଷ) ଏବଂ ଓଟିରେ ପ୍ରସବ ପାଇଁ ଟଙ୍କା ନିଆଯାଉଥିବା ଅଭିଯୋଗ କରିଛନ୍ତି ପ୍ରସବ ପାଇଁ ଆସିଥିବା ଜଣେ ମହିଳାଙ୍କ ମା କହିଛନ୍ତି ମତେ ଟଙ୍କା ମାଗିଛନ୍ତି ଡାକ୍ତର କାହାଠୁ ହଜାରେ ତ ପୁଣି କାହାଠୁ ୩ ହଜାର ଟଙ୍କା। ଏମିତିକି ଲୋକ ଦେଖି ସେମାନଙ୍କଠୁ ଅଧିକ କମ୍ ଟଙ୍କା ନିଆଯାଉଛି। ଆଉ ଏହା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର, ସେବିକା, ଦିଦିମାନଙ୍କ ଭିତରେ ଭାଗ ବଣ୍ଟା ହେଉଥିବା କୁହାଯାଉଛି। ଏହାବ୍ୟତୀତ ଗର୍ଭବତୀ ଜଣକ ବହୁତ ସିରିୟସ୍ ଅଛନ୍ତି କହି ସମ୍ପର୍କୀୟଙ୍କୁ ଭୟଭୀତ ମଧ୍ୟ କରାଯାଇଥାଏ। ଭୟରେ ଅନେକ ଲୋକ ଟଙ୍କା ଦେଇ ଭଲ ଚିକିତ୍ସା ପାଇଁ ଡାକ୍ତର ଓ ସେବିକାଙ୍କୁ ନିବେଦନ କରନ୍ତି। ମୁହଁ ଖୋଲିଲେ କାଳେ ରୋଗୀଙ୍କୁ ଭଲ ଚିକିତ୍ସା ମିଳିବନି ଭୟରେ ଏହାକୁ କେହି ପ୍ରତିବାଦ କରୁନାହାନ୍ତି। ଯାହାର ଏକପ୍ରକାର ଫାଇଦା ଉଠାଯାଉଛି। ବିନା ଅସୁବିଧାରେ ପ୍ରସବ ହେବା ପରେ କିଛି ରୋଗୀ ସମ୍ପର୍କୀୟ ଖୁସିରେ ମଧ୍ୟ ଟଙ୍କା ଦେଇଥାନ୍ତି। ଏମିତି ଏକ ଟଙ୍କା ଦେବା ନେବା ପ୍ରଥା ଅନେକ ଦିନରୁ ଚାଲିଆସୁଛି।ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି କିଛି ଅଡିଓ କ୍ଲିପ । ଏହି ଚିକିତ୍ସାଳୟ ରେ ଗତ କିଛି ଦିନ ତଳେ ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ଶୁଭନ ପାଢ଼ୀ ଓ ନର୍ସ କାମିନି ପ୍ରସବ କରାଇବା ପାଇଁ ୧୦.୦୦୦ଟଙ୍କା ଦାବି କରିଛନ୍ତି। ପ୍ରସବ ଗୃହ ରେ ଗର୍ଭବତି ଙ୍କ ପେଟ କୁ ମାଡ଼ ଦେବା ସହିତ ଗାଲ କୁ ମାଡ଼ ମାରୁଥିବା ଆଭିଯୋଗ ହୋଇଛି। ଏହି ମେଡ଼ିକାଲ ରେ ଅଧିକ୍ଷକ ଙ୍କ ଠାରୁ ଆରମ୍ଭ କରି କର୍ମଚାରି ସମସ୍ତେ ଲାଞ୍ଚ କାରବାର କରୁଥିବା ଅଡିଓ କ୍ଲିପ୍ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।ଏଠାରେ ପ୍ରନ୍ନ ଉଠେକି ରାଜ୍ୟ ସରକାର ଜନ୍ମ ଠାରୁ ମୃତ ପର୍ଯ୍ୟନ୍ତ ସବୁ କ୍ଷେତ୍ର ରେ ମାଗଣା ଚିକିତ୍ସା ସୁବଧା ଯୋଗାଉ ଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ୍ ବେଲଗାଁ ମେଡ଼ିକାଲ ରେ ଏହି ଭଳି ଲାଞ୍ଚ କାରବାରା ର ଅଡିଓ ଭାରାଲ କୁ ନେଇ ଚର୍ଚ୍ଚା ଚାଲିଛି