Tuesday, August 23, 2022
Homeସରସ୍ୱତୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା ପ୍ରତିଯୋଗୀତା ଅନୁଷ୍ଠିତ

ସରସ୍ୱତୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା ପ୍ରତିଯୋଗୀତା ଅନୁଷ୍ଠିତ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥିଭାବେ ଗଣପତି ସାବତ ଫାଉଣ୍ଡେସନ ସଭାପତି ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ସାବତକାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ସରସ୍ଵତୀ ଡିଗ୍ରୀ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ଅଧ୍ୟକ୍ଷ ଡ.ଶ୍ରୀଯୁକ୍ତ ସୁବ୍ରତ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ କେ. ରବି କୁମାର,ଅବସରପ୍ରାପ୍ତ ବି.ଇ.ଓ ଶ୍ରୀଯୁକ୍ତ ବାଳକୃଷ୍ଣ ମାଝୀ, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ପାରଳାଖେମୁଣ୍ଡି ସହରର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମେତ ୧୫୦ ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିବା ବେଳେ ପ୍ରାୟ ୧୮୦ ଜଣ ଛାତ୍ରଛାତ୍ରୀ ଏହି ବିଜ୍ଞାନ ମେଳାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାନେ ବିଚାରକ ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହ ସାର୍ଟିଫିକେଟ ପ୍ରଦାନ କରହିଥିଲା । ବିଦ୍ୟାଳୟର ସଭାପତି ଡ. ଶଙ୍କର ପ୍ରସାଦ ବକ୍ସି ପୁରସ୍କୃତ ସଭାରେ ସଭାପତିତ୍ବ କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ମୂରଲୀ ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!