Tuesday, August 23, 2022
Home"ଚାଏ ପେ ଚର୍ଚା" ରେ ବିଜୁ ଯୁବ ଜନତା ଦଳର ଯୁବ ଗୋଷ୍ଟି।

"ଚାଏ ପେ ଚର୍ଚା" ରେ ବିଜୁ ଯୁବ ଜନତା ଦଳର ଯୁବ ଗୋଷ୍ଟି।

ଗଜପତି ଜିଲ୍ଲା କାଶୀନଗର ସହରର ଫରେଷ୍ଟ ଛକ ନିକଟରେ "ଚାଏ ପେ ଚର୍ଚା"ରେ ବିଜୁ ଯୁବ ଜନତା ଦଳର ଯୁବ ଗୋଷ୍ଟି ମାନଙ୍କୁ ଦେଖିବାକୁ ମିଳିଛି। ନଗରର ଯୁବକ ମାନେ ମିଶି ଚାଏ ଦୋକନାରେ ବସି  କାଶୀନଗର ସହରର ବିକାଶ, ଯୁବ ଗୋଷ୍ଟିଙ୍କ କ୍ରୀଡା, ଚାକିରି କ୍ଷେତ୍ର ବିଷୟ ନେଇ ଏକ ଆଲୋଚନା କରିଥିଲେ । ଉକ୍ତ ଚର୍ଚା ସମୟରେ ବିଜେଡ଼ି ଯୁବ ନେତା ଇଂ ରୁପେଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ନଗର ଯୁବ ସଭାପତି ରାଜେଶ୍ ମିଶାଲ, ଯୁବ ନେତା ଏମ ପ୍ରବୀଣ କୁମାର, ଶିବୋ ପାଟଯୋଷି, ଦିପୁ ପଟ୍ଟନାୟକ,ଟିକି, ଦିପୁ, ପି.ମୁରଲୀ, ଟି.ରବି, ଭେନୁ ଗୋପାଳ, ପି. ଶଶି ଭୂଷଣ,  ଓ ନଗର ୪୦ଜଣ ଯୁବକ ଉପସ୍ଥିତି ହୋଇଥିଲେ। ଆଗାମୀ ଦିନରେ "ଘର ଘର ଶଙ୍ଖ" ଆହ୍ବାନ ଉପରେ କିପରି କାର୍ଯ୍ୟ କରାଯିବ ସେ ନେଇ ବିଭିନ୍ନ ଆଲୋଚନା କରାଯାଇଥିଲା। ସରକାରଙ୍କ ପ୍ରତ୍ୟେକ ଯୋଜନା ଘରେ ଘରେ ପହଞ୍ଚିବା ଆମ ଯୁବକ ମାନଙ୍କ କର୍ତ୍ତବ୍ୟ ବୋଲି କହିଥିଲେ ନଗର ଯୁବ ସଭାପତି ମିଶାଲ। ଆଗାମୀ ପାରଳାଖେମୁଣ୍ଡି ନିର୍ବାଚନରେ ବିଜୁ ଜନତା ଦଳ ବହୁ ମାତ୍ର ଭୋଟର ବିଜୟ ହାସଲ କରିବା ପାଇଁ ସମସ୍ତ ଯୁବକ ନିଷ୍ଟାର ସହ ଦଳ ତରଫରୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଯୁବ ନେତା ରୂପେଶ ପାଣିଗ୍ରାହୀ କହିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!