ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୭ ଦିନ ହେଲା ଗଣିତ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକ ମହୋଲ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।୭ ଦିନ ହେଲା ଛାତ୍ରଛାତ୍ରୀ ଗଣିତ ପାଠ ପଢା ରୁ ବଞ୍ଚିତ ହୋଇଛନ୍ତି। ତେବେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କୁ ପାତର ଅନ୍ତର ମନୋଭାବ ରଖି ଶିକ୍ଷା ବିଭାଗ ଏଠାରେ ଶିକ୍ଷାଦାନ କରୁଥିବା ଜଣେ ମାତ୍ର ଗଣିତ ଶିକ୍ଷକ ଙ୍କୁ ବଦଳି କରି ନେଇ ଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି । ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଏଠାରେ ଆବଶ୍ୟକୀୟ ଗଣିତ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦିଆ ନ ଗଲେ ବିଦ୍ୟାଳୟ ରେ ତାଲାବନ୍ଦ ସହ ଆନ୍ଦୋଳନ କରାଯିବ ବୋଲି ଅଭିଭାବକ ଓ ଗ୍ରାମବାସୀ ଶିକ୍ଷା ବିଭାଗ କୁ ଚେତାବନୀ ଦେଇଛନ୍ତି। ତେବେ ଗଣିତ ଶିକ୍ଷକ ପଦବୀ ପୂରଣ ନେଇ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ କୁମାର ନାଗ ଙ୍କୁ ଯୋଗ ଯୋଗ କରିବାରୁ ୩ ଦିନ ମଧ୍ୟରେ ପଦବୀ ପୂରଣ କରାଯିବ ବୋଲି କହିଥିଲେ କିନ୍ତୁ ଆଜିକୁ ୮ଦିନ ବିତି ଗଲାଣି। ସୂଚନା ଥାଉ କି ଡାବୁଗାଁ ସରକାରୀ ( ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୩୯୩ ପିଲା ପାଠ ପଢୁଛନ୍ତି । ଏଥି ନିମନ୍ତେ ବିଦ୍ୟାଳୟ ରେ ଦୁଇଟି ଗଣିତ ଶିକ୍ଷକ ଓ ଦୁଇଟି ବିଜ୍ଞାନ ଶିକ୍ଷକ ର ଆବଶ୍ୟକ ଥିବା ବେଳେ ଏଠାରେ ଜଣେ ଗଣିତ ଶିକ୍ଷକ ଓ ଜଣେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ହୋଇଥିଲେ। ଉମରକୋଟ ସରକାରୀ ଉଚ୍ଚ ବିଦ୍ୟାଳୟ ର ଗଣିତ ଶିକ୍ଷକ ବିଦେଶୀ ମହାଙ୍କୁଡ ଏଠାରେ ଡେପୁଟେଶନ ରେ ରହି ଶିକ୍ଷାଦାନ କରୁଥିବା ବେଳେ ଏଠାର ସ୍ଥାୟୀ ଗଣିତ ଶିକ୍ଷକ ମଧୁସ୍ମିତା ଗନ୍ତାୟତ ଙ୍କୁ ୨୦୧୮ ମସିହାରୁ ଡେପୁଟେଶନ ରେ ନବରଙ୍ଗପୁର ର ସିନ୍ଧି ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଗତ ୭ ଦିନ ତଳେ ହଠାତ୍ ଜିଲ୍ଲା ଶିକ୍ଷାଧିକାରୀ ଉମରକୋଟ ରୁ ଡେପୁଟେଶନ ରେ ଆସିଥିବା ଗଣିତ ଶିକ୍ଷକ ଙ୍କୁ ଏଠାରୁ ତାଙ୍କ ନିଜ ବିଦ୍ୟାଳୟ କୁ ଫେରାଇ ନେଇଥିଲେ। ଯୋ ଦ୍ଵାରା ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଗଣିତ ଶିକ୍ଷକ ପଦବୀ ଖାଲି ପଡିଥିଲା। ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବ୍ଲକ ର ନୋଡାଲ କେନ୍ଦ୍ର ହୋଇଥିବା ବେଳେ ଏହା ଦୁଇ ବର୍ଷ ହେଲା ୫ ଟି ଅଧିନରେ ରୂପାନ୍ତରିତ ହୋଇଛି।ଏପରି ସ୍ଥଳେ ବ୍ଲକ ର ମୁଖ୍ୟ ଉଚ୍ଚ ବିଦ୍ୟାଳୟ ରୁ ଗଣିତ ଶିକ୍ଷକ ଙ୍କୁ ହଟାଇ ଏଠାରେ ପୁନଃ ଗଣିତ ଶିକ୍ଷକ ଅବସ୍ଥାପିତ ବଦଳ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଚୁପ୍ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ର ସିନ୍ଧି ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୨୫୦ ପିଲା ଅଧ୍ୟୟନ କରୁଥିବା ବେଳେ ଏଠାରେ ୩ ଜଣ ଗଣିତ ଶିକ୍ଷକ ଶିକ୍ଷକ ନିଯୁକ୍ତି ହୋଇଛନ୍ତି।କିନ୍ତୁ ସେହି ଅନୁଯାୟୀ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ୩୯୩ ପିଲାଙ୍କୁ ଗୋଟିଏ ମଧ୍ୟ ଗଣିତ ଶିକ୍ଷକ ନିଯୁକ୍ତି ନ ଦେବା ଦୁଃଖ ଓ ପରିତାପର ବିଷୟ ବୋଲି ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି । ସୂଚନା ଥାଉ କି ଡେପୁଟେଶନ ରେ ଆସିଥିବା ଗଣିତ ଶିକ୍ଷକ ଙ୍କ ଉତ୍ତମ ଶିକ୍ଷାଦାନ ଯୋଗୁ ଗତ ତିନିବର୍ଷ ହେଲା ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଦଶମ ବାର୍ଷିକ ଫଳାଫଳ ଭଲ ରହିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଡାବୁଗାଁ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକୀୟ ଦୁଇଟି ଗଣିତ ଓ ଦୁଇଟି ବିଜ୍ଞାନ ଶିକ୍ଷକ ଯୋଗାଇ ଦିଆ ନ ଗଲେ ବିଦ୍ୟାଳୟ ରେ ତାଲାବନ୍ଦ ସହ ଆନ୍ଦୋଳନ କରାଯିବ ବୋଲି ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ରିପୋଟ ମିହୀର ଶଙ୍କର ପାତ୍ର,ନବରଙ୍ଗପୁର