ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ମଳିତ ଭାବେ ଆୟୋଜିତ ହାସ୍ତୀ ଦିବସ ପାଳନ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଅଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରକାନ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ,ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଶୂଳପାଣୀ ଶତପଥୀ,ଉତ୍ତର ଘୁମୁସର ବନଖଣ୍ଡର ସହକାରୀ ବନ ସଂରକ୍ଷକ ବିକ୍ରମ ଦେବ ପଟ୍ଟନାୟକ,ଦକ୍ଷିଣ ଘୁମୁସର ବନଖଣ୍ଡର ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଅନୁପମ ବାନାର୍ଜି ସଂଯୋଜନା କରିଥିଲେ। ଘୁମୁସର ଜଙ୍ଗଲ ନୟାଗଡ,ଖୋର୍ଦ୍ଧା ଓ ଫୁଲବାଣୀ ବନଖଣ୍ଡକୁ ଲାଗିଥିବା ବେଳେ ସୀମାନ୍ତ ଜଙ୍ଗଲରେ ରହୁଥିବା ହାତୀ ମାନେ ଅନେକ ସମୟରେ ପଡୋଶୀ ବନଖଣ୍ଡ ମଧ୍ୟରେ ଚଳପ୍ରଚଳ କରିଥାନ୍ତି। ଏହି ସମୟରେ ଯେଭଳି କିଛି ଅଘଟଣ ନଘଟେ ସେଥି ପାଇଁ ନଜର ରଖିବାକୁ କହିଥିଲେ। ଏଥିସହ ବିଗତ ଦିନରେ ହାତୀ ମୃତ୍ୟୁ ଘଟଣା ପରିବେଶବିତ୍ ମାନଙ୍କୁ ବ୍ୟଥିତ କରିଥିଲା।