ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜଗନ୍ନାଥ ପ୍ରସାଦର ଯୁବ ରେଡକ୍ରସ୍ ଶାଖା ତରଫରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଯୁବ ରେଡକ୍ରସ୍ ପରାମର୍ଶ ଦାତା ପ୍ରାଧ୍ୟାପକ ଲୋକନାଥ ମହାନ୍ତିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଷୟ ଥିଲା "ଯୁବ ଗୋଷ୍ଠି ଓ ସ୍ୱପ୍ନର ଭାରତ ଓ ଚିତ୍ରାଙ୍କନ ବିଷୟ ଥିଲା ସେବାରେ ଯୁବଗୋଷ୍ଠୀ, ପରେ ପରେ କଲେଜର କନଫେରେନ୍ସ ହଲରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି କହିଥିଲେ ସାଂପ୍ରତିକ ପରିସ୍ଥିତିରେ ପୃଥିବୀ ଉତପ୍ତି କରଣ ପାଇଁ ଯୁବଗୋଷ୍ଠୀ ମାନେ ସବୁଜ ବଳୟ ସୃଷ୍ଟି କରିବା ଉଚିତ । ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡଃ ଜୟଦେବ ଗୌଡ଼ ଯୋଗ ଦେଇ କହିଥିଲେ - ଯୁବଗୋଷ୍ଠୀ ମାନେ ସାମାଜିକ ବନିକରଣରେ ନିଜକୁ ଉତ୍ସର୍ଗିକୃତ କରିବା ଉଚିତ୍ । ଅନ୍ୟାନ୍ୟ ଅତିଥି ଭାବେ ଇତିହାସ ଅଧ୍ୟାପିକା ସୁଶ୍ରୀ ସୁନୀତା ଗୌଡ଼ ଓ ଶିକ୍ଷା ଅଧ୍ୟାପିକା ସୁଶ୍ରୀ ଆସ୍ମା ନନ୍ଦ ଯୋଗ ଦେଇ ସମାଜ ଗଠନରେ ଯୁବ ଗୋଷ୍ଠୀର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥି ମାନଙ୍କ ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଓ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ସରୋଜ କୁମାର ନାୟକ । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ଅଧ୍ୟକ୍ଷ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଆଶିଷ କୁମାର ପାଢ଼ୀ, ଆଶିଷ ଆରୁଖ, ଶୁଭଶ୍ରୀ ପ୍ରଧାନ, ଅଙ୍କିତା ଡାକୁଆ, ହରପ୍ରିୟା ପ୍ରଧାନ, ତୁଳସୀ ନାୟକ, ଦୀପିକା ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ ।