ଛତ୍ରପୁର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଗଞ୍ଜାମ ଜିଲ୍ଲା ର ସମସ୍ତ ବ୍ଲକର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଶୋଭାଯାତ୍ରାର ଜିଲ୍ଲା ସଭାପତି ଶ୍ରୀ ସାରଥୀ ପାତ୍ର ଓ ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାରଣା ଙ୍କ ନେତୃତ୍ୱରେ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ,ମୁଖ୍ୟ ଶାସନ ସଚିବ ଓ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେବା ସକାଶେ ପ୍ରାୟ 150 ରୁ 200 ଶିକ୍ଷକ ଶିକ୍ଷୟିତ୍ରୀ ହାତରେ ପ୍ଳା କାର୍ଡ ଓ ବିଭିନ୍ନ ସ୍ଲୋ ଗାନ ଦେଇ ସ୍ଥାନୀୟ ଗିରି ରୋଡ ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ପ୍ରତିବାଦ ସଭାରେ ଜିଲ୍ଲାରେ ଥିବା ବିଭିନ୍ନ ସଂଘର ନେତ୍ରୁ ମଣ୍ଡଳୀ ଯୋଗ ଦେଇ ଦାବି ଉପରେ ଆଲୋଚନା କରିଥିଲେ ।ରାଜ୍ୟ ସଭାପତି ରାଜେଶ ମହାନ୍ତି,ରାଜେନ୍ଦ୍ର କୁମାର ଗୌଡ଼, ଶ୍ରୀହର୍ଷ ମହାରଣା, ହେମନ୍ତ କୁମାର ସେଠୀ, ଜି. ତ୍ରିପତି, ବିଷ୍ଣୁ ନାରାୟଣ ପଣ୍ଡା, ବୁଲୁ ବେହେରା, ଜୟ ଦେବ ଚର୍ଚ୍ଚୀ,ମନୋଜ ଚୌଧୁରୀ, ହରିହର ବେହେରା, ଦୁର୍ଯ୍ୟୋଧନ ମଲ୍ଲିକ, ରାଜେଶ କୁମାର ତାରିଣୀ, ଅବନୀ କୁମାର ପଟ୍ଟନାୟକ,ବାବୁଲା ଡାକୁଆ,ଶିମାଞ୍ଚଳ ସାହୁ, ସୁବାଷ ଚନ୍ଦ୍ର ଜେନା, ସମୀର କୁମାର ଜେନା,ଦେବବ୍ରତ ପଟ୍ଟନାୟକ,ତ୍ରିନାଥ ନାୟକ, ଡି ଗୌରୀ, ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇ ତିନି ଦଫା ଦାବି ଉପରେ ଆଲୋଚନା କରାଯାଇ ତୁରନ୍ତ ସମାଧାନର ସ୍ଥାୟୀ ପ୍ରତିକାର ନିମନ୍ତେ ମୁଖ୍ୟ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ,ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।