Tuesday, August 23, 2022
Homeଓଡ଼ିଆ ନାମଫଳକ ପାଇଁ ଶ୍ରମ ବିଭାଗର ସଚେତନତା (୪୧ ଦୋକାନକୁ ନୋଟିସ୍ ଜାରି)

ଓଡ଼ିଆ ନାମଫଳକ ପାଇଁ ଶ୍ରମ ବିଭାଗର ସଚେତନତା (୪୧ ଦୋକାନକୁ ନୋଟିସ୍ ଜାରି)

ବ୍ୟବସାୟ ପ୍ରତିଷ୍ଠାନରେ ଓଡିଆରେ ଫଳକ ଲେଖାକୁ କଡ଼ାକଡ଼ି ଲାଗି ଆରମ୍ଭ ହୋଇଛି ଅଭିଯାନ। ରାଜ୍ୟ ସରକାରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ଜିଲ୍ଲାର ବହୁ ଦୋକାନୀ ଓଡ଼ିଆ ନାମଫଳକ ଲେଖି ନଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଶ୍ରମ ବିଭାଗ ପକ୍ଷରୁ ମାଲକାନଗିରି ପୌର ପରିଷଦ ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଛି। ମାଲକାନଗିରି ପୌର ପରିଷଦରେ ୨୨ ଗୋଟି ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨୦ ଗୋଟି ଅର୍ଥାତ୍ ସମୁଦାୟ ୪୨ ଗୋଟି ବ୍ୟବସାୟ ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।  ସାତ ଦିନ ମଧ୍ୟରେ ଆଖିକୁ ଦିଶିବା ଭଳି ଓଡ଼ିଆରେ ଫଳକ ଲେଖିବା ସହ ଏହାର ଫୋଟକପି ଶ୍ରମ ବିଭାଗ କାର୍ଯ୍ୟାଳୟରେ ଦାଖଲ କରିଵାକୁ କୁହାଯାଇଛି। ନିୟମ ଉଲଙ୍ଘନ କଲେ ଆଇନଗତ କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଅଧିକାରୀ ଶରତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। 
ଯେଉଁମାନେ ବିଧି ରକ୍ଷା ଲାଗି ଛୋଟ ଅକ୍ଷରରେ ଓଡ଼ିଆରେ ଲେଖିଛନ୍ତି ସେମାନଙ୍କୁ ତାଗିଦ୍ କରାଯାଇଛି ଓ ଓଡିଆରେ ବଡ ଅକ୍ଷରରେ ଲେଖିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାର ବିଭିନ୍ନ ଫଳ ଦୋକାନ ସହ ବାକେରୀ, ଫ୍ୟାନ୍ସି ଷ୍ଟୋରକୁ ଏହି ନୋଟିସ୍ ଦିଆଯାଇଛି।
ସୂଚନା ଥାଉ କି ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ସାଇନ୍ ବୋର୍ଡ ଓଡ଼ିଆରେ ଲେଖି କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ସଚେତନତା ଲାଗି ୧୫ ଦିନ ସମୟ ଦିଆଯାଇଥିଲା । ମାଇକ ଯୋଗେ ପ୍ରଚାର ପ୍ରସାର କରା ଯାଇଥିଲା। ଅବଧି ସରିବା ପରେ ଯାଞ୍ଚ କରାଯାଇଛି। ନିୟମ ଉଲଙ୍ଘନ କଲେ ଖିଲାପିଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ ଏବଂ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୫ ହଜାର ପର୍ଯ୍ୟନ୍ତ ଜରିମାନା ସାଙ୍ଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲା ଶ୍ରମ ବିଭାଗର ସହକାରୀ ଶ୍ରମ ଅଧିକାରୀ  ବିଶ୍ବ ରଞ୍ଜନ କହଁର ଏବଂ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବୁଲି ଏହି ନୋଟିସ୍ ଜାରି କରି  ଏଥି ନିମନ୍ତେ ସଚେତନତା ସୃଷ୍ଟି କରିଛନ୍ତି। ଏଥିରେ ୱେଲଫର କୋଡ଼ିନେଟର, ଏ ହରି ପ୍ରସାଦ ସହଯୋଗ କରିଥିଲେ ।
(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି )

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!