Tuesday, August 23, 2022
Homeଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଅନୁଷ୍ଠିତ

ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଆଇ.ଏମ୍.ଏସ୍.ଟି ବିଦ୍ୟାଳୟରେ ଉଦ୍‌ଘାଟନ  ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ  ତ୍ରିନାଥ ମାଝୀ ଓ ସମ୍ମାନୀୟ ଅତିଥି ଭାବେ ମୁଖ୍ୟ ସ୍ଵାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ପ୍ରଫୁଲ୍ଲ କୁମାର ନନ୍ଦ ଯୋଗ ଦେଇ ଥିଲେ ।  ଜାତୀୟ ସ୍ଵାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ରୀମତୀ ସସ୍ମିତା ସାହୁ ମଞ୍ଚ ପରିଚାଳନା କରି ଥିଲେ। ସମଗ୍ର ଜିଲ୍ଲାରେ ୫ ରୁ ୧୯ ବର୍ଷର ମୋଟ ୨ ଲକ୍ଷ ୪୪ ହଜାର ୩୯୧ ଜଣ ଓ ୨୦ ରୁ ୨୪ ବର୍ଷର  ୨୯ ହଜାର ୧୮୧ ପ୍ରଜନନ କ୍ଷମ  ମହିଳାଙ୍କୁ କୃମି ନାଶକ ଔଷଧ ଖୁଆଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧ ରୁ ୫ ବର୍ଷ ଶିଶୁମାନେ ସିରପ ଓ ୬ ବର୍ଷ ଠାରୁ ଉର୍ଦ୍ଧ୍ୱ ପିଲାମାନଙ୍କୁ ବଟିକା ଖାଇବାକୁ ଦିଆଯାଉଛି । ଯେଉଁମାନେ କୌଣସି କାରଣରୁ ୧୦ ତାରିଖ ଦିନ ଖାଇ ପାରିନାହାନ୍ତି ସେମାନେ ୧୭ ଅଗଷ୍ଟ ମପ୍ ଅପ ଦିବସ ଦିନ ଏହି ଔଷଧ ଖାଇପାରିବେ । ଏହି କୃମି ନାଶକ ବଟିକା ଓ ସିରାପ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଇନ୍ଦିରା ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ  ପ୍ରଫୁଲ୍ଲ କୁମାର ଭୁଜବଳ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. ବ୍ରଜବନ୍ଧୁ ଦାଶ ଓ ଡ. ଧନେଶ୍ୱର ମହାପାତ୍ର ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ କୃମି ନାଶକ ବଟିକା ସେବନର ଉପକାରିତା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!