Tuesday, August 23, 2022
Homeଅନଲାଇନରେ ଚିଠି ଓ ନଥିପତ୍ର କାର୍ଯ୍ୟର ଶୁଭାରମ୍ଭ

ଅନଲାଇନରେ ଚିଠି ଓ ନଥିପତ୍ର କାର୍ଯ୍ୟର ଶୁଭାରମ୍ଭ

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଷ୍ଟେଟ୍ ୱାର୍କ ଫ୍ଲୋ ଅଟୋମେସନ୍ ସିଷ୍ଟମ (ଓସ୍ୱାସ୍)  ପ୍ରକ୍ରିୟାକୁ ଶୁଭାରମ୍ଭ କରାଯାଇଛି।  ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଶାଲ ସିଂ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରି କହିଥିଲେ ଯେ ଓସ୍ୱାସ୍କୁ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଗଲେ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ୫ଟି ଅନ୍ତର୍ଗତ କାର୍ଯ୍ୟକ୍ରମରେ ଦକ୍ଷତା ବୃଦ୍ଧି ହେବା ସହ ଅହେତୁକ ବିଳମ୍ବକୁ ରୋକା ଯାଇପାରିବ । ତତ୍ ସହିତ ସ୍ୱଚ୍ଛତା, ଦକ୍ଷତା, ପ୍ରଭାବଶାଳିତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ପାଇଁ ଓସ୍ୱାସ୍ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଉପକରଣ ବ୍ୟବସ୍ଥା ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ଯ କହିଥିଲେ ଯେ ଅଧିକାରୀ, କର୍ମଚାରୀ ଓ ସର୍ବସାଧାରଣଙ୍କ  ସୁବିଧା ପାଇଁ ଜିଲ୍ଲାର  ସମସ୍ତ ପ୍ରମୁଖ କାର୍ଯ୍ୟାଳୟଗୁଡିକରେ ୬ ମାସ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ । ଜିଲ୍ଲାପାଳ ୩ଟି ଫାଇଲ କାର୍ଯ୍ଯ ଓସ୍ୱାସ୍ ମାଧ୍ୟମରେ କରି ଏହାର ଶୁଭାରମ୍ଭ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ତ୍ରିନାଥ ମାଝୀ, ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ) ବେଦବର ପ୍ରଧାନ, ସମସ୍ତ ଡେପୁଟି କଲେକ୍ଟର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଏନଆଇସି ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା କାର୍ଯ୍ୟାଳୟରେ ଏହାର କାର୍ଯ୍ୟକାରିତା ପାଇଁ ଡିଜିଏମ୍, ଶୁଭାଶିଷ ପଟ୍ଟନାୟକ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିପରି ଭୁବନେଶ୍ୱର ଓସ୍ୱାସ୍ ତରଫରୁ 
ଏକ ବୈଷୟିକ ଦଳ ଏହାର ସୁପରିଚାଳନା ନିମନ୍ତେ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!