Tuesday, August 23, 2022
Homeଗର୍ଭବତୀ ମହିଳା ଓ ଶିଶୁଙ୍କୁ ପ୍ରସୂତିଙ୍କୁ ମିଳୁନି ଅଙ୍ଗନୱାଡି ମୌଳିକ ସୁବିଧା

ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପ୍ରସୂତିଙ୍କୁ ମିଳୁନି ଅଙ୍ଗନୱାଡି ମୌଳିକ ସୁବିଧା




କୋରାପୁଟ ଜିଲ୍ଲା ସୁନାବେଡ଼ା ପୌରରିଷଦର ଅନ୍ତର୍ଗତ ସୁନାବେଡ଼ା -୧ ରେ ଥିବା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ବିଗତ ତିନି ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଗର୍ଭବତୀ ଓ ପ୍ରସୂତି ତଥା ଶିଶୁ ମାନଙ୍କୁ ସରକାରୀ ଛତୁଆ ଓ ଅଣ୍ଡା ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି। ରାଜ୍ୟ ଓ କେନ୍ଦ୍ର ସରକାର ଅପପୁଷ୍ଟିରୁ ରକ୍ଷା କରିବା ପାଇଁ ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ସମେତ ୬ମାସରୁ  ୩ ବର୍ଷ ବୟସର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଛତୁଆ ,ବାଦାମ ଲଡୁ, ସୁଜିହାୱା , ଅଣ୍ଡା,ଅପପୁଷ୍ଟି ଶିଶୁଙ୍କ ପାଇଁ ପୁଷ୍ଟି ବନ୍ଦିତ ଛତୁଆ ପ୍ରତି ମାସରେ ଯୋଗାଇ ଦେଉଛନ୍ତି।କିନ୍ତୁ ସୁନାବେଡ଼ା କଲୋନୀ-୧ ରେ ବିଭିନ୍ନ ସ୍ଥାନରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ବ୍ୟତିକ୍ରମ ଦେଖାଯାଇଛି। ଏପରି ଅଭିଯୋଗ ସ୍ଥାନୀୟ ଡ଼ାଇଭର୍ କଲୋନୀ, ଏ ଇ ଏଫ୍ କଲୋନୀ ବାସିନ୍ଦା ମାନେ ଲୋକଲୋଚନକୁ ଆଣିଛନ୍ତି। ଉକ୍ତ କେନ୍ଦ୍ର ମାନଙ୍କରେ ପ୍ରତି ମାସରେ ଗର୍ଭବତୀ ଓ ପ୍ରସୂତୀ ମହିଳା ମାନଙ୍କୁ ୪ କିଲୋ ୯୦୦ ଗ୍ରାମ ଛତୁଆ ସହ ୫୦୦ ଗ୍ରାମ ଓଜନର ବାଦାମ ଲଡୁ,ଅଣ୍ଡା ପ୍ରଦାନ କରାଯିବା ର ବ୍ୟବସ୍ଥା ରହିଛି। ସେହିପରି ୬ମାସ ରୁ ୩ ବର୍ଷ ବୟସର ଶିଶୁ ମାନଙ୍କୁ ୧ କିଲୋ ୫୦୦ ଗ୍ରାମ ଛତୁଆ ପ୍ୟାକେଟ ଓ ଅଣ୍ଡା ଏବଂ ପୁଷ୍ଟିହୀନ ଶିଶୁ ମାନଙ୍କ ପାଇଁ ୪ମାସ ନିମନ୍ତେ ୧୦୦ଗ୍ରାମର ୨୮ ପ୍ୟାକେଟ ପୁଷ୍ଟିବନ୍ଦିତ ଛତୁଆ ପ୍ରଦାନ କରିବାର ନିୟମ ରହିଛି। କିନ୍ତୁ ଏହା ବଦଳରେ ବର୍ତ୍ତମାନ ଅଙ୍ଗନବାଡ଼ି କର୍ମୀମାନେ ମାସକୁ କେବଳ ଚାରୋଟି ଅଣ୍ଡା ବଣ୍ଟନ କରୁଥିବା ଅଭିଯୋଗ ହୋଇଛି। କିଛି ଜାଗୃକ ମହିଳା ମାନେ ଏ ବିଷୟରେ ପଚାରିବାରୁ ଅଙ୍ଗନବାଡ଼ି କର୍ମୀ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଅନେକ ସମସ୍ୟା ରହିଥିବା ବାହାନା କରି  ଛତୁଆ ଦେଉ ନ ଥିବା ମହିଳା ମାନେ ଅଭିଯୋଗ କରିଛନ୍ତି।  ଏ ବିଷୟରେ କୋରାପୁଟ ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଙ୍କୁ ଫୋନ ଯୋଗେ ପଚାରିବାରୁ ସେ ସିଧା ସଳଖ ଅଣଦେଖା କରିଥିଲେ। ଅନ୍ୟ ପକ୍ଷେ ଏନେଇ ଅଭିଯୁକ୍ତ ଅଙ୍ଗନବାଡ଼ି କର୍ମୀ ଙ୍କୁ ପଚାରିବାରୁ ତାଙ୍କର କିଛି ପରିଚିତ ବ୍ୟକ୍ତିବିଶେଷଙ୍କ ଜରିଆରେ ଏହି ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ କରି ବିଭିନ୍ନ ଧମକପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ଏପରିକି, ଉକ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କ ଘରକୁ ଯାଇ ମିଥ୍ୟା ଲାଞ୍ଚ କେସ କରି ଫସାଇଦେବା ଓ ଅଞ୍ଚଳରେ ରଖାଇ ନ ଦେବା ଧମକମଧ୍ୟ ଦେଇଛନ୍ତି ବୋଲି ଖୋଦ୍ ପ୍ରତିନିଧି ଜଣକ ଅଭିଯୋଗ ଆଣିଛନ୍ତି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ସହ ଏ ନେଇ ଏକ ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!