Tuesday, August 23, 2022
Homeମୋହନା ହିଲ ଟପ୍ କଲେଜ ଏନ୍. ଏସ୍. ଏସ୍ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ l

ମୋହନା ହିଲ ଟପ୍ କଲେଜ ଏନ୍. ଏସ୍. ଏସ୍ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ l

ଗଜପତି ଜ଼ିଲ୍ଲା ମୋହନା ସ୍ଥିତ ହିଲ୍ ଟପ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଜାତୀୟ ସେବା ଯୋଜନା ଯୁଗ୍ମ ବିଭାଗ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯୋଜନା ଅଧିକାରୀ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଅନିଲ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଛାତ୍ର ଛାତ୍ରୀ ମାନେ ଚାରା ରୋପଣ ପାଇଁ ଲୋକଙ୍କୁ ସଚେତନତା କରିବା ସହ କଲେଜ ପରିସରରେ ଅଧ୍ୟାପକ ମାନଙ୍କ ସହ ମିଶି ପିଜୁଳି, ଡାଳିମ୍ବ ଆଦି ଚାରା ରୋପଣ କରିଥିଲେ l ବର୍ତ୍ତମାନ ସମୟରେ ବୃକ୍ଷ ରୋପଣ ର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କ ରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ସିମାଞ୍ଚଳ ସାହୁ,ଅଧ୍ୟାପକ ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଏସ୍. ରମେଶ, ଡ଼.ଅନ୍ତର୍ଯ୍ୟାମୀ ଗୌଡ଼, ମୀନକେତନ ମିଶ୍ର ଙ୍କ ସମେତ କର୍ମଚାରୀ ମାନେ ସାମିଲ ହୋଇଥିଲେ l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!