ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ନିଷ୍ପତି ପ୍ରକାରେ ଧରାକୋଟ ବ୍ଲକର ଅଠର ଗୋଟି ପଞ୍ଚାୟତ ରେ କାର୍ଯ୍ୟରତ ପି ଇ ଓ ମାନେ କଳା ବ୍ୟାଜ ପରିଧାନ କରି ନିଜ ନିଜ ପଞ୍ଚାୟତ ରେ କାର୍ଯ୍ୟ କରୁଥିବା ଜଣାଯାଇଛି । ଆସନ୍ତା 17 ତାରିଖ ମଧ୍ୟରେ ଯଦି ରାଜ୍ୟ ସରକାର ସେମାନଙ୍କ ଦାବୀ ପୂରଣ ନ କରନ୍ତି ତାହେଲେ ଆସନ୍ତା 18 ତାରିଖ ଠାରୁ ସମସ୍ତେ ସମୂହ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜଣାଯାଇଛି । ସଂଘର ପ୍ରମୁଖ ଦାବୀ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦର ଯୋଗ୍ୟତା ଯୁକ୍ତ ଦୁଇ ରୁ ଯୁକ୍ତ ତିନି କରିବା, ଦରମା ହାର ଲେବୁଲ୍ 5 ରୁ ଲେବୁଲ 9 କୁ ଧାର୍ଯ୍ୟ କରିବା,10 ବର୍ଷ କାର୍ଯ୍ୟ କରିଥିବା ପି ଇ ଓ ମାନଙ୍କୁ ପଦୋରନତି ପ୍ରଦାନ କରିବା , ପି ଇ ଓ ମାନଙ୍କୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଭାବେ ପଦୋର୍ଣତି ଦିଆଯିବା ରହିଛି।ବ୍ଲକ ପି ଇ ଓ ସଂଘର ସଭାପତି ଦେବରାଜ ନାୟକ,ସମ୍ପାଦକ କାଳୁ ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,ଅଶୋକ କୁମାର ସେଠୀ, ଇସାକ ପ୍ରଧାନ, ରମେଶ ଚନ୍ଦ୍ର ପୃଷ୍ଟି, ଅମୂଲ୍ୟ ରାଉଳ,ରୋଜାଲିନ ପ୍ରଧାନ,ଅର୍ଚ୍ଚନା ମଲିକ ଓ ଯଶୋବନ୍ତି ମିଶ୍ର ପ୍ରମୁଖ କଳା ବ୍ୟାଜ ପରିଧାନ କରି ନିଜ ନିଜ ର ପଞ୍ଚାୟତରେ କାର୍ଯ୍ୟ କରୁଥିବା ଜଣାଯାଇଛି ।