Tuesday, August 23, 2022
Homeପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଧକାରୀଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଧକାରୀଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ

ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି  । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ ଯୋଗ ଦେଇଥିଲେ । ଜିଲ୍ଲାପାଳ ଜଣାଇଥିଲେ ଯେ, ଜିଲ୍ଲାର ପ୍ରତିଟି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯେଭଳି ଠିକ୍ ରହିବ ସେ ଦିଗରେ ସମସ୍ତ ବିଭାଗର ଗୁରୁ ଦାୟିତ୍ବ ରହିଛି  ।  ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣି ଯେପରି ସୁନାମ ଅର୍ଜନ କରିବ ସେ ଦିଗରେ  ସଂପୃକ୍ତ ବିଭାଗର ତତ୍ପରତା ପ୍ରକାଶ କରିବା ଆବଶ୍ୟକ  ।ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ସ୍ବାସ୍ଥ୍ୟ ଜନିତ ସମସ୍ତ କାର୍ଯ୍ୟର ସମୀକ୍ଷା କରାଯାଇଥିଲା  । ଜିଲ୍ଲାରେ ଯକ୍ଷ୍ମାରୋଗର ଲକ୍ଷଣ ପୂର୍ବରୁ ଚିହ୍ନଟ କରାଯାଇ ଅନେକ ଲୋକଙ୍କୁ ଚିକିତ୍ସା ଦିଆଯାଇ ପାରୁଛି  ।  ଜିଲ୍ଲାରେ ପରିବାର ନିୟୋଜନ କାର୍ଯ୍ୟକୁ ପରିଚାଳନା କରିବା ଦିଗରେ କାର୍ଯ୍ୟଭାର ଗ୍ରହଣ କରିଥିବା ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା  । ରୋଗୀ କଲ୍ୟାଣ ସମିତି ଦ୍ବାରା କରାଯାଉଥିବା କାର୍ଯ୍ୟାବଳୀ, ଖର୍ଚ୍ଚ,ସାମଗ୍ରୀ ଓ ସରଞ୍ଜାମ କ୍ରୟ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଓ ରାଜ୍ୟ ଯୋଜନା ଅନ୍ତର୍ଗତ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଯାଇଛି  । ଜିଲ୍ଲାରେ ଚିକିତ୍ସାଳୟର ଆବଶ୍ୟକତାକୁ ଲକ୍ଷ୍ୟକରି ଚିକିତ୍ସାଳୟ ନିର୍ମାଣ ଏବଂ ଏହାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା  । ବର୍ତ୍ତମାନ ଚାଲୁଥିବା କୋଠାଗୃହର ନିର୍ମାଣ କାର୍ଯ୍ୟ ସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିଲା  । ଜିଲ୍ଲା ବାସୀଙ୍କର ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିବା ନେଇ ସେମାନଙ୍କ ଅତି ନିକଟରେ ଚିକିତ୍ସା ସୁବିଧା ହାସଲ ହୋଇପାରିବ ବୋଲି ମତ ରଖାଯାଇଥିଲା  ।      ଆଜିର ଏହି ବୈଠକରେ ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକର ୮୫ କାୟାକଳ୍ପକୁ ସମ୍ବର୍ଦ୍ଧନା କରଯାଇଥିଲା। ସେଥିମଧ୍ୟରୁ ଗୋସାଣୀ ବ୍ଲକର ଲାବଣ୍ୟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଓ କେରାଣ୍ଡି ସ୍ବାସ୍ଥ୍ୟ ସେବା କେନ୍ଦ୍ରକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଛେଳିଗଡ  ଓ ଟୁମନ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୁରସ୍କୃତ କରାଯାଇଛି।
            ଆଜିର ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଗୁଣନିଧି  ନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପ୍ରଦୀପ କୁମାର ପାତ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରୋଗ୍ରାମ୍ ପରିଚାଳକ ସୁଶ୍ରୀ ସୌମ୍ୟା ରାଣୀ ଗୌଡ଼ , ଡ଼ା.ଏମ.ଏମ. ଅଲ୍ଲୀ , ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ସମେତ ସମସ୍ତ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଗଣ  ଉପସ୍ଥିତ ଥିଲେ  ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!